ରାଜଧାନୀ ଭୁବନେଶ୍ବରରେ ପହଞ୍ଚିବା ପରେ ଆଜି ମଧ୍ୟାହ୍ନରେ ସାଲିଆ ସାହିରେ ପ୍ରଚାର କରିଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ । ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ସେ ଆଜି ଓଡ଼ିଶା ଆସିଛନ୍ତି । ପ୍ରଥମେ ସେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ସାଲିଆ ସାହିରେ ପ୍ରଚାର କରୁଛନ୍ତି। ଏଠି ସେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଏଠାରେ ଏକଘଣ୍ଟାର କାର୍ଯ୍ୟକ୍ରମ ପରେ ସେ ହେଲିକପ୍ଟର ଯୋଗେ କଟକ ଯାଇଛନ୍ତି । ଏହାପରେ କଟକ କିଶୋରନଗରରେ ସଭା କରିବେ । ସନ୍ଧ୍ୟାବେଳକୁ ହେମାମାଳିନୀ ପିପିଲିରେ ଜନସଭା ସହ ରୋଡ ସୋ କରିବେ । ଭୁବନେଶ୍ବରରେ ପହଞ୍ଚିବା ପରେ ହେମାମାଳିନୀ କହିଛନ୍ତି, ”ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମୁଁ ଆଜି ଓଡ଼ିଶା ଆସିଛି । ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି । ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଦରକାର । ମୋଦିଙ୍କ ୪୦୦ ପାର୍ ନାରା ସଫଳ ହେବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ।”

By Nirvay

Leave a Reply

Your email address will not be published. Required fields are marked *