ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ। ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

ଡାକ୍ତରଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ପ୍ରୋଟୋକଲ୍‌ ଅନୁସାରେ ଚିକିତ୍ସା ଚାଲିଛି, ତାଙ୍କ ସ୍ବାସ୍ଥ୍ଯରେ କିଛି ଉନ୍ନତି ଆସିଛି । ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସର ଏକ ଡାକ୍ତରୀ ଟିମ୍‌ ସହ ମଧ୍ୟ କଥାବର୍ତ୍ତା ହେବୁ। ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଚିକିତ୍ସା ବ୍ୟବସ୍ଥା ସରକାର ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛି।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଅଭିଜିତ ମଜୁମଦାର ବର୍ତ୍ତମାନ କଥାବାର୍ତ୍ତା ଅବସ୍ଥାରେ ନାହାନ୍ତି, ତଥାପି ସରକାର ଏବଂ ଡାକ୍ତରୀ ଦଳ ଦ୍ୱାରା ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରୟାସ କରାଯାଉଛି। ଆଗାମୀ ଦିନରେ, ଏକ ସ୍ୱତନ୍ତ୍ର ଦଳ ତାଙ୍କ ସୁସ୍ଥତା ପାଇଁ କାମ କରିବ କିନ୍ତୁ ଆବଶ୍ୟକ ପଡ଼ିଲେ, ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ । ମୁଁ ତାଙ୍କର ସର୍ବୋତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛି ଯାହା ଦ୍ୱାରା ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିପାରିବେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ସମ୍ପର୍କରେ ଡାକ୍ତରୀ ଦଳ ଦେଇଥିବା ପରାମର୍ଶ ବିଷୟରେ ଆମେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବୁ। ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇପାରନ୍ତି ମେଲୋଡି କିଙ୍ଗ ଅଭିଜିତ ମଜୁମଦାର ।

Leave a Reply

Your email address will not be published. Required fields are marked *