ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ । ଏହା ସହ ଏହି ଦିନରେ ପବନପୁର୍ତ ହନୁମାନଙ୍କ ଜୟନ୍ତୀ । ହନୁମାନ ଜୟନ୍ତୀ ପାଇଁ ରାଜ୍ୟବ୍ୟାପୀ ଉତ୍ସବର ମାହୋଲ ।। ଜୟ ହନୁମାନ ଜ୍ଞାନ ଗୁନ ସାଗର ଶ୍କୋକରେ ଗୁଞ୍ଜରିତ ହେଉଛି ମନ୍ଦିର । ହନୁମାନ ଜୟନ୍ତୀ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆଜିର ଦିନରେ ଭଗବାନ୍ ରାମଚନ୍ଦ୍ରଙ୍କ ପରମ ଭକ୍ତ ଭଗବାନ୍ ହନୁମାନଙ୍କ ଜନ୍ମଦିନ ବୋଲି ଓଡିଶାବାସୀ ବିଶ୍ୱାସ କରନ୍ତି । ତେଣୁ ହନୁମାନ ମନ୍ଦିରରେ ମହାସମାବେଶର ଆୟୋଜନ ହୋଇଛି । ଦିନସାରା ମନ୍ଦିରରେ ହୋମ-ଯଜ୍ଞ ଏବଂ ଭଜନ କୀର୍ତ୍ତନ ଆଦି ଚାଲିଛି । ଅନ୍ୟପଟେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ହାଇ ଆଲର୍ଟରେ ରହିଛି ପୂରା ସହର । ସମ୍ବେଦନଶୀଳ ସ୍ଥାନ ମାନଙ୍କ ଘର ଉପରେ ମଧ୍ୟ ପୋଲିସ ମୁତୟନ କରାଯାଇଛି । ପୂରା ସହରରେ ମୁତୟନ ହୋଇଛି ୫୩ ପ୍ଲାଟୁନ ଫୋର୍ସ । ଭୁତାପଡା ଛକରୁ ଧନକଉଡ଼ା ପର୍ଯ୍ୟନ୍ତ ପୋଲିସର ସମ୍ପୂର୍ଣ ଛାଉଣୀ କରାଯାଇଛି । ଗତବର୍ଷ ରାଲି ବନ୍ଦ ରହିଥିବାରୁ ଚଳିତ ବର୍ଷ ହନୁମାନ ଜୟନ୍ତୀକୁ ଆହୁରି ଭବ୍ୟ ଆକାରରେ ପାଳନ କରାଯାଉଛି । Post navigation ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ହନୁମାନ ଜୟନ୍ତୀ, ଶୋଭାଯାତ୍ରାରେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ ଆଜିଠୁ ମାଛଧରା ଉପରେ ଲାଗିଲା କଟକଣା