ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ୧୯୮୮ ଆଇଏଏସ୍ କ୍ୟାଡର୍ ଜ୍ଞାନେଶ କୁମାର । ୨୬ ତମ ମୁଖ୍ୟ ନିର୍ବାଚନର କମିଶନର ଭାବେ ସେ ଦାୟିତ୍ୱ ନେଇଛନ୍ତି । ଗତକାଲି ସିଇସି ପଦରୁ ରାଜୀବ କୁମାର ଅବସର ନେଲା ପରେ ଆଜି ଜ୍ଞାନେଶ କୁମାର କାର୍ଯ୍ୟଭାର ସମ୍ଭାଳିଛନ୍ତି । ଜ୍ଞାନେଶଙ୍କ କାର୍ଯ୍ୟକାଳ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଏହା ୨୦୨୯ ଜାନୁଆରୀ ୨୬ରେ ସରିବ । ଜ୍ଞାନେଶ କୁମାର ୨୦୨୪ ମସିହା ମାର୍ଚ୍ଚ ମାସରୁ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟରତ ଥିଲେ ଏବଂ ସୋମବାର ତାଙ୍କୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି। ନିର୍ବାଚନ ଆୟୋଗରେ କମିଶନର ଭାବେ କାର୍ଯ୍ୟ କରିବା ପୂର୍ବରୁ ଜ୍ଞାନେଶ କୁମାର ଅନେକ ପ୍ରମୁଖ ପଦରେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ, ଗୃହ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟରେ ସଚିବ ଓ ସହକାରିତା ମନ୍ତ୍ରଣାଳୟରେ ସଚିବ ପରି ପଦରେ କାମ କରିଛନ୍ତି । Post navigation ଜ୍ଞାନେଶ କୁମାର ହେବେ ମୁଖ୍ୟ ନିର୍ବାଚନ କମିଶନର ରେଖା ଗୁପ୍ତା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ