ବାଲେଶ୍ବର ଘଟଣା ପରେ ତତ୍ପର ହେଲା ଗଣଶିକ୍ଷା ବିଭାଗ ।ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଜାରି ହେଲା ଗାଇଡଲାଇନ୍‌ । ସଠିକ ଭାବେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ ନିର୍ଦ୍ଦେଶ ଦିଆଯାଇଛି । କର୍ମସ୍ଥଳୀରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅଧିନରେ ବ୍ୟବସ୍ଥାଗୁଡ଼ିକୁ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲ୍‌ପଲାଇନ୍‌ ନଂ ଜାରି କରାଯାଇଛି ।

ଜାରି ହୋଇଥିବା ନମ୍ୱର ହେଲା:-

ମହିଳା ହେଲ୍‌ପଲାଇନ୍‌ ନଂ- ୧୮୧

ଶିଶୁ ହେଲ୍‌ପଲାଇନ୍‌ ନଂ- ୧୦୯୮

ପୋଲିସ- ୧୧୨

ସ୍କୁଲ ଛାତ୍ର ହେଲ୍‌ପଲାଇନ ନଂ- ୧୮୦୦୩୪୫୬୭୨୨

ଭଲ ଭାବେ ଜାରି ହୋଇଥିବା ହେଲ୍‌ପ ଲାଇନ ନଂ ଲଗାଇବାକୁ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଡିପିସିଙ୍କୁ ଚିଠି ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *