କୋଲକାତାରେ ଆର.ଜି. କର ମେଡିକାଲ କଲେଜରେ ଶିକ୍ଷାନବିସ(ଟ୍ରେନି) ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଯାହା ଫଳରେ ସ୍ବାସ୍ଥ୍ଯ ସେବା ବାଧାପ୍ରାପ୍ତ ହେଉଛି। ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛି କେନ୍ଦ୍ର। ସେଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରତିନିଧିମାନେ ଶନିବାର ଡାକ୍ତର ସଂଗଠନକୁ ଭେଟିଥିଲେ। ବୈଠକରେ ଡାକ୍ତରମାନେ ସେମାନଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଏକ କମିଟି ଗଠନ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି। ଅନ୍ୟପଟେ ଦେଶବ୍ୟାପୀ ଆନ୍ଦୋଳନକୁ ସାରାଦେଶର ଡାକ୍ତର ଓହ୍ଲାଇଥିବା ବେଳେ ଓଡ଼ିଶାରେ ବି ଆନ୍ଦୋଳନ ଦେଖିବାକୁ ମିଳିଛି ଯାହା ଫଳରେ ଓଡିଶାରେ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏନେଇ ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଡାକ୍ତରଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଡାକ୍ତରଙ୍କ ପ୍ରତିବାଦ ନେଇ ବିଭାଗ ନଜର ରଖିଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯକରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। Post navigation ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ମାନସ ଚୌଧୁରୀ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେପିରେ ମିଶିଲେ କେନ୍ଦୁଝର ସଦର ବ୍ଳକର ସମସ୍ତ ବିଜେଡି ସମିତିସଭ୍ୟ