କେନ୍ଦ୍ର ସରକାର ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ୨୫ଟି ଓଟିଟି ପ୍ଲାଟଫର୍ମର ୱେବସାଇଟ ଓ ଆପ୍ସ ଉପରେ ବ୍ୟାନ କଲେ ସରକାର । ଚର୍ଚ୍ଚିତ ଓଟିଟି ପ୍ଲାଟଫର୍ମ ଉଲ୍ଲୁ, ଅଲ୍ଟ ବାଲାଜୀ, ଟ୍ରାଇଫ୍ଲିକ୍ସ ସମେତ ୨୫ ଟି OTT ପ୍ଲାଟଫର୍ମକୁ ବ୍ୟାନ୍ କଲେ ସରକାର । ଯେଉଁଥିରେ ବେଆଇନ, ଆପତ୍ତିଜନକ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରିତ ହେଉଥିଲା । ଏଭଳି ଅଶ୍ଳୀଳତାକୁ ରୋକିବା ପାଇଁ ସରକାର ଏହି ଭଳି ପଦକ୍ଷେପ ନେଇଛନ୍ତି । ସରକାରଙ୍କ ପକ୍ଷରୁ ସୂଚିତ କରାଯାଇଛି ଯେ, ଗୃହ ମନ୍ତ୍ରଣାଳୟ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ, ବୈଦ୍ୟୁତିକ ଓ ପଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ଅଧିକାର ବିଶେଷଜ୍ଞ ସହ ବିଚାର ବିମର୍ଶ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରି ସମସ୍ତ ଇଣ୍ଟରନେଟ୍ ପ୍ରୋଭାଇଡର୍ସଙ୍କୁ ଏସବୁ ଓଟିଟି ଏବଂ ଆପ୍ସ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ଗତ ବର୍ଷ ଜୁଲାଇ-ଅଗଷ୍ଟରେ ସରକାରଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଉଲ୍ଲୁ ଓ ଅଲ୍ଟ ପ୍ଲାଟଫର୍ମ ସମେତ ଅନ୍ୟ ପ୍ଲାଟଫର୍ମ ବିରୋଧରେ ଅଭିଯୋଗ ମିଳିଥିଲା । ଏହାପରେ ମନ୍ତ୍ରଣାଳୟ ଦ୍ୱାରା ୨୦୨୫ ମେରେ ହସ୍ତକ୍ଷେପ ପରେ ଉଲ୍ଲୁ ଆପରୁ ହାଉସ ଆରେଷ୍ଟ ୱେବ ସିରିଜକୁ ହଟାଯାଇଥିଲା । ସରକାରଙ୍କ କହିବା କଥା ଏହି ସବୁ ଓଟିଟି ପ୍ଲାଟଫର୍ମ ଓ ଆପ୍ସ କାହାଣୀ ବଦଳରେ ଅଶ୍ଳୀଳ ଦୃଶ୍ୟ ଓ ନଗ୍ନତା ଦେଖାଉଥିଲେ । କଣ୍ଟେଣ୍ଟରେ କୌଣସି କାହାଣୀ ନ ଥିଲା ଏବଂ ସାମାଜିକ ସନ୍ଦେଶ ବି ନ ଥିଲା । କେବଳ ଭ୍ୟୁୟରସିପ ପାଇଁ ନଗ୍ନତା ଦେଖାଉଥିଲେ ଏହି ସବୁ ଓଟିଟି ପ୍ଲାଟଫର୍ମ ତେଣୁ ଏହି ସବୁ ଆପକୁ ବ୍ୟାନ୍ କରାଯାଇଛି । ବ୍ୟାନ ହୋଇଥିବା ଆପ୍ ଗୁଡ଼ିକ ହେଲା:- ଦେଶିଫ୍ଲିକ୍ସ, ବୁମେକ୍ସ, ନିଆନଏକ୍ସ, ଭିଆଇପି, ନବରସ୍ତା, ଗୁଲାବ ଆପ, କଙ୍ଗନ ଆପ୍, ବୁଲ ଆପ୍, ଶୋ ହିଟ୍, ଜଲୱା ଆପ୍, ୱାଓ ଏଣ୍ଟରଟେନମେଣ୍ଟ, ଲୁକ ଏଣ୍ଟରଟେନମେଣ୍ଟ, ହିଟପ୍ରାଇମ, ଫୁଗି, ଫେନେଓ, ଶୋଏକ୍ସ, ସୋଲ ଟକିଜ, ଆଡ୍ଡା ଟିଭି, ଅଲ୍ଟ ବାଲାଜୀ, ହଟଏକ୍ସ, ଭିଆଇପି, ହଲଚଲ ଆପ୍, ମୁଡଏକ୍ସ,ଟ୍ରାଇଫ୍ଲିକ୍ସ, ଉଲ୍ଲୁ ଓ ମୋଜଫ୍ଲିକ୍ସ । Post navigation ବଢ଼ିଲା ବୁଣାକାର ଶ୍ରମିକଙ୍କ ଭତ୍ତା ଜଳଯୋଗାଣ କାମରେ ବିଳମ୍ବ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା- ପଞ୍ଚାୟତିରାଜ ମନ୍ତ୍ରୀ