ରାଜଭବନର ଭୁବ କାର୍ଯ୍ୟରତ ବୈକୁଣ୍ଠ ନାଥ ପ୍ରଧାନ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଲଳିତ କୁମାର ନିଜର ୫ ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଏହି ଘଟଣା ସମ୍ପର୍କରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଗତ ଜୁଲାଇ ୮ତାରିଖ ଅପରାହ୍ନ ସାଢ଼େ ୪ଟାରେ ମୌଖିକ ଅବଗତ କରି ନ୍ୟାୟ ପାଇଁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ଗତକାଲିରେ ପୁଣିଥରେ ଶ୍ରୀ ପ୍ରଧାନ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଶ୍ରୀ ପ୍ରଧାନ ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି । ଶ୍ରୀ ପ୍ରଧାନ କହିଛନ୍ତି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା କହିଛନ୍ତି । ନ୍ୟାୟ ପାଇବା ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସେ ଆଇନଗତ ପରାମର୍ଶ ଲୋଡ଼ୁଥିବା ମଧ୍ୟ ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗସ୍ତ ଓ ରହଣି ପାଇଁ ସେ ଗତ ୫ ତାରିଖରୁ ପୁରୀ ରାଜଭବନ ଦାୟିତ୍ୱରେ ଥିଲେ । ସେଠାକାର ସମସ୍ତ ପ୍ରସ୍ତୁତି ଓ ବ୍ୟବସ୍ଥାର ତଦାରଖ କରୁଥିଲେ। ୭ ତାରିଖ ରାତି ପ୍ରାୟ ୧୧.୪୫ରେ ଶ୍ରୀ ପ୍ରଧାନ ନିଜ କାର୍ଯ୍ୟ କାର୍ଯ୍ୟାଳୟରେ ବସିଥ‌ିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ସେଠାକୁ ଆସି ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଖୋଜୁଥିବା କହିଥିଲେ। ଆକାଶଙ୍କ ସହ ଶ୍ରୀ ପ୍ରଧାନ ସେହି ସମୟରେ ସୁଟ୍ ନଂ-୦୪ରେ ରହୁଥ‌ିବା ରାଜ୍ୟପାଳଙ୍କ ପୁଅଙ୍କୁ ଭେଟିବାକୁ ଯାଇଥିଲେ। ଶ୍ରୀ ପ୍ରଧାନଙ୍କୁ ଦେଖ‌ିବା ମାତ୍ରେ ଲଳିତ କୁମାର ତାଙ୍କୁ ଗାଳି କରିଥିଲେ। ଏହାର ପ୍ରତିବାଦ କରିବାରୁ ତାଙ୍କୁ ଚାପୁଡ଼ା ମାରିଥିଲେ। କରି ଶ୍ରୀ ପ୍ରଧାନ ନିଜକୁ ଅସୁରକ୍ଷିତ ମନେ ଉକ୍ତ ଜାଗାରୁ ଚାଲି ଆସିଥିଲେ।

ଲଳିତ କୁମାରଙ୍କ ଦୁଇଜଣ ପିଏସଓ ତାଙ୍କୁ ଖୋଜି ପୁଣିଥରେ ଲଳିତଙ୍କ ପାଖକୁ ନେଇଯାଇଥିଲେ । ସେଠାରେ ଶ୍ରୀ ପ୍ରଧାନଙ୍କ ମୁହଁକୁ ଚାପୁଡ଼ା, ମୁଥ ସହ ଶରୀରର ବିଭିନ୍ନ ଭାଗକୁ ଗୋଇଠା ମାରି ଲଳିତ ତାଙ୍କୁ ହତ୍ୟା ଧମକ ଦେଇ କହିଥିଲେ, କେହିବି ତାଙ୍କୁ ବଞ୍ଚାଇ ପାରିବେନି । ଘଟଣା ସମ୍ପର୍କରେ ୮ ତାରିଖ ଅପରାହ୍ଣ ସାଢ଼େ ୪ଟାରେ ଶ୍ରୀ ପ୍ରଧାନ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ମୌଖୂକ ଅଭିଯୋଗ କରିଥିଲେ । ପରେ ୧୦ ତାରିଖ ଦିନ ସେ ଇ-ମେଲ୍ ଯୋଗେ ସଚିବଙ୍କ ନିକଟକୁ ଅଭିଯୋଗପତ୍ର ପଠାଇ ଦେଇଥିଲେ। ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *