ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଓମ୍ ପ୍ରଧାନଙ୍କ ଡିସ୍ଚାର୍ଜ ପିଟିସନ୍ ଖାରଜ କରିଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍-୨ । ଗଣ ଦୁଷ୍କର୍ମ ମାମଲାରେ ସଂପୃକ୍ତ ଥିବା ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥ୍ଲା | ହେଲେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେବା ପରେ କୋର୍ଟରେ ଚାର୍ଜସିଟ ଦାଖଲ ବେଳେ ଓମ୍ ନାମରେ ଚାର୍ଜସିଟ ଦାଖଲ କରିନଥିଲା । ତେବେ ଚାର୍ଜସିଟ୍ରୁ ବାଦ୍ ପଡ଼ିଥିବା ଅଭିଯୁକ୍ତର ନାଁ ମାମଲାରୁ କାଟିବା ପାଇଁ ଦାଖଲ ହୋଇଥିବା ଡିସ୍ଚାର୍ଜ ପିଟିସନ୍କୁ ଜେଏମ୍ଏଫସି କୋର୍ଟ-୨ ଖାରଜ କରି ଦେଇଛନ୍ତି । ଓମ୍ ପ୍ରଧାନଙ୍କ ଓକିଲ କୋର୍ଟରେ ଡିସ୍ଚାର୍ଜ ପିଟିସନ୍ ଦାଖଲ କରିଥିଲେ । Post navigation ୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ ଅକ୍ଟୋବର ୬କୁ ଘୁଞ୍ଚିଲା ସିପିଏସଇ-୨୦୨୪ ତୃତୀୟ ପେପର ପରୀକ୍ଷା