Gold price crashes Rs 10,000 in a day
ଯୁଦ୍ଧ ଭିତରେ ଲଗାତର ଖସୁଛି ସୁନା ଓ ରୁପା ଦର । ଆଜି ଗୋଟିଏ ଦିନରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ସୁନା ୧୦ ହଜାରରୁ ଅଧିକ ଟଙ୍କା କମିଥିବା ବେଳେ ରୁପା ୨୦ ହଜାରରୁ ଅଧିକ ଟଙ୍କା କମିଛି ।
 
ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୦ ହଜାର ୩୨୦ ଟଙ୍କା ଖସିଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୯ ହଜାର ୪୫୦ ଟଙ୍କା କମିଛି ।
 
୨୨ କ୍ୟାରେଟ୍ ସୁନା ଦର ହ୍ରାସ ପାଇ ୧,୨୪,୩୫୦ ଟଙ୍କାରେ ପହଞ୍ଚି ଥିବାବେଳେ, ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୩୫ ହଜାର ୬୫୦ ଟଙ୍କା ରେ ପହଞ୍ଚିଛି ।
 
ସେହିପରି ରୁପା କେଜି ଏକାଥରେ ୨୦ ହଜାର ଟଙ୍କା କମି କେଜି ୨ ଲକ୍ଷ ୩୦ ହଜାରରେ ଟଙ୍କାରେ ପହଞ୍ଚିଛି ।
 
ସୂଚନା ଅନୁଯାୟୀ, ନିବେଶକମାନେ ସୁନା ଅପେକ୍ଷା ଡଲାରରେ ଅଧିକ ନିବେଶ କରୁଛନ୍ତି ଯାହା ଦ୍ୱାରା ସୁନାର ଚାହିଦା ହ୍ରାସ ପାଇଛି ।
 

By Nirvay

Leave a Reply

Your email address will not be published. Required fields are marked *