୪ ଟନ୍ ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟ୍ ଘଟଣାରେ ଗୋଦାମ ମାଲିକ ଗିରଫ । ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ । ପୂର୍ବରୁ ରଘୁନାଥପାଲି ଥାନାରେ ଗୋଦାମ ମାଲିକଙ୍କୁ ଅଗ୍ରୱାଲଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ପୋଲିସ ।

ସୂଚାନା ଯୋଗ୍ୟ; ମେ’ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ମାଓବାଦୀମାନେ ୪ ଟନ୍ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଲୁଟ୍ କରି ନେଇଥିଲେ । ଏହା ପରେ ପୋଲିସ ପକ୍ଷରୁ ସୀମାକୁ ବନ୍ଦ କରି ତଲାସୀ ଅଭିଯାନ କରିଥିଲେ । ଗତ ଶୁକ୍ରବାର ଦିନ ଜରେଇକେଲା ଥାନା ତିରିଲିପୋଷ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀର ସନ୍ଧାନ ମିଳିଥିଲା ।

Leave a Reply

Your email address will not be published. Required fields are marked *