ଗୋଆ ନାଇଟ୍ କ୍ଲବ ଫାୟାର ଟ୍ରାଜେଡି ପରେ ଆକ୍ସନ। ଗୋଆର ‘ବିର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ଆକ୍ସନ୍ସ ମୁଡକୁ ଆସିଛନ୍ତି । ମାଲିକ ଲୁଥ୍ରା ବ୍ରଦର୍ସଙ୍କ ବିରୋଧରେ ବୁଲଡୋଜର ଆକ୍ସନ। ଲୁଥ୍ରା ବ୍ରଦର୍ସଙ୍କ ଆଉ ଏକ ହୋଟେଲରେ ଚାଲିଲା ବୁଲଡୋଜର। ରୋମିଓ ଲେନ୍ ହୋଟେଲକୁ ଭାଙ୍ଗିଲେ ଗୋଆ ସରକାର । ସରକାରୀ ଜମି ଉପରେ ନାଇଟ୍ କ୍ଲବ୍ ତିଆରି ହୋଇଛି ବୋଲି ତଦନ୍ତରୁ ସ୍ପଷ୍ଟ ହେବା ପରେ ଏହି ନିଷ୍ପତି ନିଆଯାଇଛି । ଅନ୍ୟପକ୍ଷରେ କ୍ଲବର ମାଲିକ ଲୁଥରା ବ୍ରଦର୍ସ ବା ଗୌରବ ଲୁଥରା ଏବଂ ସୌରଭ ଲୁଥରା ଏବେ ଦେଶ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି । ଅଘଟଣ ହେବାର ମାତ୍ର ତିନି ଘଣ୍ଟା ମଧ୍ୟରେ ସେମାନେ ଥାଇଲାଣ୍ଡ ଚାଲି ଯାଇଛନ୍ତି । ସେମାନେ ଦିଲ୍ଲୀରୁ ଇଣ୍ଡିଗୋ ବିମାନରେ ଫୁକେଟ୍ ଯାଇଛନ୍ତି । ଥାଇଲାଣ୍ଡରୁ ସେମାନଙ୍କୁ ଧରିବାକୁ ଗୋଆ ପୋଲିସ ଯୋଗଯୋଗ କରୁଛି । ସୂଚନା ଯୋଗ୍ୟ; ବର୍ଚ ବାଇ ରୋମିଓ ଲେନ୍ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୫ ଜଣଙ୍କ ପ୍ରଣହାନି ଘଟିଥିବା ବେଳେ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। Post navigation Plus Two Exam: ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ