ଚାଷୀ ଭାଇଙ୍କ ପାଇଁ ଖୁସି ଖବର । ଚାଷୀ ପଞ୍ଜୀକରଣ ପାଇଁ ଆଉ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର । ଏଣିକି ସେଲ୍ଫ ଡିକ୍ଲାରେସନ ବା ନିଜସ୍ବ ଘୋଷଣାନାମାରେ ହୋଇପାରିବ ଚାଷୀଙ୍କ ନାମ ପଞ୍ଜୀକରଣ । ଏଥିପାଇଁ ଯୋଗାଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛି ଯୋଗାଣ ବିଭାଗ । ପୂର୍ବରୁ ବଂଶାନୁକ୍ରମିକ ପ୍ରମାଣପତ୍ର ବାଧ୍ୟତାମୂଳକ ଥିବାରୁ ଚାଷୀ ପଞ୍ଜୀକରଣରେ ଅନେକ ସମସ୍ୟା ଭୋଗୁଥିଲେ । ଚାଷୀ ଯେପରି ନିଜ ଅଧିକାର ପାଇବାରୁ ବଞ୍ଚିତ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ସରକାର ନିଜସ୍ବ ଘୋଷଣାନାମାରେ ପଞ୍ଜୀକରଣକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । Post navigation ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସ୍ମିଟ୍; ଭୋଟ ଚୋରି ପ୍ରସଙ୍ଗରେ ରଖିଲେ ସ୍ପଷ୍ଟୀକରଣ