ପୁଣି ଥରେ ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରାଖଣ୍ଡର ରୁରୁକି ନିକଟ ଧଣ୍ଡେରା ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ ଏକ ଏଲପିଜି ସିଲିଣ୍ଡର ପଡିଥିବାର ଦେଖିବାକୁ ମିଳିଛି। ରେଳ ଟ୍ରାକ ଉପରେ ଏକ ଗ୍ୟାସ୍ ସିଲିଣ୍ଡର ଦେଖିବା ପରେ ଏକ ମାଲବାହୀ ଟ୍ରେନର ଲୋକୋ-ପାଇଲଟ୍ ଏମରଜେନ୍ସି ବ୍ରେକ୍ ଲଗାଇଥିଲେ। ପରେ ମାଲବାହୀ ଟ୍ରେନର ଡ୍ରାଇଭର ରେଳବାଇ ଅଧିକାରୀଙ୍କୁ ଖବର ଦେଇଥିଲେ। ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକୋ ପାଇଲଟଙ୍କ ସୂଚନା ଆଧାରରେ ପଏଣ୍ଟସମ୍ୟାନ୍‌ ଉଠାଇଲେ ।

ରେଳ ସୁରକ୍ଷା ବଳ ଏବଂ ରେଳ କର୍ମଚାରୀମାନେ ଟ୍ରାକରେ ପାଖାପାଖି ୫ କିଲୋମିଟର ପର୍ଯ୍ୟନ୍ତ ଘନ ଘନ ଚେକିଂ ଅପରେସନ କରିଥିଲେ। ତେବେ ଟ୍ରାକ୍‌ରେ ସିଲିଣ୍ଡର କେଉଁଠୁ ଆସିଲା ତାହା ଜଣାପଡ଼ିନାହିଁ। କିନ୍ତୁ ଯାଞ୍ଚ ପରେ ସିଲିଣ୍ଡରଟିରେ ଗ୍ୟାସ୍‌ ନଥିବା ଜଣାପଡ଼ିଲା । କିନ୍ତୁ କେଉଁ ଉଦ୍ଦେଶ୍ୟରେ ଏହାକୁ ଟ୍ରକ୍ ଉପରେ ରଖାଯାଇଥିଲା ତାକୁ ଉପରେ ତଦନ୍ତ ଚାଲିଛି ।

ଅନ୍ୟପଟେ ଯେଉଁ ସ୍ଥାନରୁ ଏହି ଏଲପିଜି ଗ୍ୟାସ ସିଲିଣ୍ଡର ମିଳିଥିଲା ସେଠାରୁ ବେଙ୍ଗଲ ଇଞ୍ଜିନିୟରିଂ ଗ୍ରୁପ ଏବଂ ସେଣ୍ଟରର ମୁଖ୍ୟାଳୟ ମଧ୍ୟ ଅଳ୍ପ ଦୂରରେ ରହିଛି। ଏହି ଷ୍ଟେସନରୁ ସେନାର ଗତିବିଧି ହୋଇଥାଏ। ଏଠାରୁ ମାଲବାହୀ ଟ୍ରେନ୍ ଯୋଗେ ସେନାର ଗାଡ଼ି ଓ ସୈନିକମାନେ ଅନ୍ୟ ଏକ ପୋଷ୍ଟକୁ ଯାଆନ୍ତି। ସେନା ପାଇଁ ଏକ ଅଲଗା ରେଳଧାରଣା ମଧ୍ୟ ରହିଛି। ଏଭଳି ସ୍ଥିତିରେ ଟ୍ରାକ୍ ରେ ସିଲିଣ୍ଡର ବାହାରିବା ଏହା ଏକ ବଡ଼ ଷଡଯନ୍ତ୍ର ଉପରକୁ ନିଶାନା କରୁଛି ।

Leave a Reply

Your email address will not be published. Required fields are marked *