ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଜନଜାତି ପ୍ରତିଭା ସୁଶ୍ରୀ ଜ୍ୟୋତ୍ସ୍ନା ଶବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି । ୧୭ ବର୍ଷ ବୟସ୍କା ଜ୍ୟୋସ୍ନା ଶବର ଭାରୋତ୍ତଳନ କ୍ଷେତ୍ରରେ ନିଜର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଚାମ୍ପିଅନସିପରେ ଅନେକ ସଫଳତା ଅର୍ଜନ କରିଛନ୍ତି । ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଥିଲେ । ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଦେଶର ବିଭିନ୍ନ ରାଜ୍ୟର ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ସାହସିକତା, ସମାଜସେବା, ପରିବେଶ, କ୍ରୀଡା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅସାଧାରଣ ସଫଳତା ପାଇଁ ଏହି ପୁରସ୍କାର ଦିଆଯାଇଛି । Post navigation Odisha Congress Protest: ୨୯ ଡିସେମ୍ବର ରାଜ୍ୟବ୍ୟାପୀ ବିଦ୍ୟୁତ କାର୍ଯ୍ୟାଳୟରେ ପଡ଼ିବ ତାଲା: ଭକ୍ତ ଦାସ OSSTET-2025: ଜାନୁଆରୀ ୨୧ ରେ ହେବ ଓଏସଏସଟିଇଟି-୨୦୨୫