ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି । ଆଜି ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି ଅପାରଗ ବିଧାୟକ ଓ ଅପାରଗ ସରକାର କାମ କରିବାରେ ବିଫଳ ହୋଇଥିଲେ ସଞ୍ଜୟ ଦାସବର୍ମା। ବ୍ରହ୍ମଗିରିର ଉନ୍ନତି ମୂଳକ କାର୍ଯ୍ୟକୁ ସେ ସହ୍ୟ କରିପାରୁ ନାହାଁନ୍ତି । ଗତକାଲି ଠାରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଆଗଧାଡିର ନେତା ସଞ୍ଜୟ ଦାସ ବର୍ମା ବ୍ରହ୍ମଗିରିର ବିକାଶକୁ ବିରୋଧ କରି ଆସୁଛନ୍ତି । ଯେତେବେଳେ ସଞ୍ଜୟ ଦାସ ବର୍ମା ସେଠାରେ ବିଧାୟକ ଥିଲେ, ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋବଦ୍ଧନପୁରଠାରେ ନିର୍ମିତ ସେଚ ପ୍ରକଳ୍ପ ଦ୍ବାରା ଅଧାଘାଇ ମୌଜା ପାର୍ଶ୍ବ ଦେଇ କେନାଲର ପୁନରୁଦ୍ଧାର ପ୍ରକଳ୍ପ ପାଇଁ ଚିଠି ଲେଖି ଫେଲ୍ ମାରିଥିଲେ । ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୨୦୨୩ ରେ ପ୍ରାୟ ୭ କୋଟି ଟଙ୍କା ଘୋଷଣା ହୋଇଥିଲା । ଏବେ ୨୦୨୫ ରେ ସେହି କାର୍ଯ୍ୟ ଆରମ୍ଭ ହେବା ବେଳକୁ ଏହି ମହାଶୟ ଏହାକୁ ବିରୋଧ କରୁଛନ୍ତି । ଗରିବ ଅବାସୀଙ୍କୁ ଉସୁକେଇକି ଏହି ପରିସ୍ଥିତି ସେ ସୃଷ୍ଟି କରୁଛନ୍ତି | ମାଆ ମାନେ ପାଣି ଭିତରେ ପଶି ପୋଲିସ୍ କୁ ପଥର ମାଡ଼ କରୁଛନ୍ତି । ଏହା ସହ ନିରୀହ ଲୋକମାନେ ଆଇନକୁ ହାତକୁ ନେଉଛନ୍ତି । ଗତ ୨୦୨୪ ରେ ନିର୍ବାଚନ ମଣ୍ଡଳୀରେ ଠିଆ ହେବାକୁ ସେ ଭୟ କଲେ । ସେ ହେଉଛନ୍ତି ପାଳୟନପନ୍ଥୀ ନେତା । ଏବେ ପୁଣି ସେଠାକୁ ଫେରି ବ୍ରହ୍ମଗିରି ରେ ଅଶାନ୍ତି ସୃଷ୍ଟି କରୁଛନ୍ତି ସଞ୍ଜୟ ଦାସ ବର୍ମା । ଉପାସନା ମହାପାତ୍ର ଆଉ ମଧ୍ୟ କହିଛନ୍ତି ସାମ୍ବାଦିକ ସମ୍ମିଳନୀ ଡ଼ାକିବାର କାରଣ ହେଉଛି, ସେହି ଗ୍ରାମବାସୀଙ୍କୁ ଅନୁରୋଧ ପୋଲିସ ପ୍ରଶାସନକୁ ସହଯୋଗ କରି ବ୍ରହ୍ମଗିରି ବିକାଶ ଦିଗରେ ଆଗକୁ ଆସନ୍ତୁ । ମୋହନ ମାଝୀଙ୍କ ସରକାର ଚାଷ ଓ ଚାଷୀଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ବିନା ସ୍ଥାନୀୟ ଲୋକଙ୍କ ଆଲୋଚନାରେ ଆମେ ଆଗକୁ ବଢ଼ିବୁ ନାହିଁ । ହଜାର ହଜାର ଚାଷୀ ସେ ବନ୍ଧ ଯୋଗୁଁ ହଇରାଣ ହେଉଛନ୍ତି । ସେଠାରେ ଉନ୍ନତି ନହେବା ଯୋଗୁଁ କୃତ୍ରିମ ବନ୍ୟା ଭଳି ସ୍ଥିତି ମଧ୍ଯ ସୃଷ୍ଟି ହୋଇଛି । ଆମେ ପୁରୁଣା ସ୍ଥିତିକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ । ଗୋଚର ଜମିରେ ସରକାରୀ କାର୍ଯ୍ୟ କରାଯାଉଛି, ମିଛ କଥା ଆସି ଲୋକଙ୍କ ସାମ୍ନାରେ ମିଡ଼ିଆ ସାମ୍ନାରେ କହୁଛନ୍ତି ବିଜେଡି ନେତା । ବ୍ରହ୍ମଗିରି ଉନ୍ନତି ମୂଳକ କାର୍ଯ୍ୟକୁ ସହ୍ୟ କରିପାରୁ ନାହାଁନ୍ତି ସେ । ନିଜ ବିଫଳତାକୁ ଘଣ୍ଟ ଘୋଡାଇବାକୁ ସେ ଏସବୁ କାର୍ଯ୍ୟ କରୁଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଅପାରଗ ନେତା, ଅପାରଗ ସରକାରରେ ସେ କାର୍ଯ୍ୟ କରିପାରିଲେନି ଏବେ ବିରୋଧ ନ କରନ୍ତୁ ବୋଲି ଅପିଲ କରୁଛି । ଗରିବ ଲୋକଙ୍କୁ ବ୍ୟବହାର କରି ରାଜନୈତିକ ରୁଟି ସେକୁଛନ୍ତି ବିଜେଡିର ବରିଷ୍ଠ ନେତା । ଚାଷୀ ମାନଙ୍କର ସେହି ପ୍ରକଳ୍ପ ଆବଶ୍ୟକ ଅଛି । ବର୍ଷ ୧୯୯୨ ରେ ଏହି ପ୍ରସ୍ତାବ ଦିଆଯାଇଥିଲା, ପରେ ଏହାକୁ ଦୁଇଥର ଉନ୍ନତି ପାଇଁ ବିଜେଡିର ସେହି ବରିଷ୍ଠ ନେତା ଚେଷ୍ଟା କରିଛନ୍ତି ଆଉ ବିଫଳ ବି ହୋଇଛନ୍ତି । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ମୋହନ ମାଝୀଙ୍କ ସରକାରକୁ ବଦନାମ କରିବା । ଏଥିରୁ ସେ ନିବୃତ ରୁହନ୍ତୁ । ଏହାସହ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । Post navigation Messi Kolkata Chaos: ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ ଘଟଣା; ବେଙ୍ଗଲ କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା