ନବରଙ୍ଗପୁର ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି । ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ଦୁଃଖ ପ୍ରକାଶ ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଲେ ।

ସୂଚନା ଯୋଗ୍ୟ; ପାଇଖାନା ଟାଙ୍କିରେ କାମ କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା ଅଗ୍ନିଶମ ବାହିନୀ । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକମାନେ ହେଲେ ଏମ୍. ସନ୍ତୁ , ଅମିର ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତ୍ରା । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave a Reply

Your email address will not be published. Required fields are marked *