ଭଦ୍ରକ ବିଜେଡିରେ ହଲଚଲ୍ ପରେ ନବୀନ ନିବାସରୁ ଡାକରା ।  ୩ ବ୍ଲକ୍‌ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ପହଞ୍ଚିଲେ ବିଜେଡି ନେତା । ନବୀନ ନିବାସରେ ଭଦ୍ରକ ନେତାଙ୍କୁ ଡାକି ବିଜେଡି ସୁପ୍ରିମୋଙ୍କ ଆଲୋଚନା । ୪ ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡିବା ପରେ ନବୀନ ପଟ୍ଟନାୟକଙ୍କ ବୈଠକ । ଦଳରେ ଅସନ୍ତୋଷ ବଢୁଥିବାରୁ ଆଲୋଚନା କରୁଛନ୍ତି ନବୀନ ।

ନବୀନ ନିବାସରେ ବିଧାୟକ ସଞ୍ଜୀବ ମଲ୍ଲିକ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଉପସ୍ଥିତ ରହିଛନ୍ତି। ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବୈଠକରେ ସାମିଲ ।

ସୂଚନା ଯୋଗ୍ୟ; ଶନିବାର ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍‌ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଥିଲେ । ପ୍ରଥମେ ବନ୍ତ ବ୍ଲକ୍‌ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଇସ୍ତଫା ଦେଇଥିଲେ । ବିଜେଡି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଇସ୍ତଫା ନା ନିଲମ୍ବନ-କିଏ ଆଗ ତାହାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍‌ର ଅଧ୍ୟକ୍ଷା ବିଜେଡି ଛାଡ଼ିଥିଲେ । ଫଳରେ ବିଜେଡି ପାଇଁ ଏହା ଏକ ଶକ୍ତ ଝଟକା ହୋଇଛି

Leave a Reply

Your email address will not be published. Required fields are marked *