କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାର ୨୦୨୪ ଘୋଷଣା କରାଯାଇଛି। ୪ ଜନ ଖେଳାଳିଙ୍କୁ ମିଳିବ ଖେଳରତ୍ନ ପୁରସ୍କାର-୨୦୨୪। ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ଭାରତୀୟ ମହିଳା ସୁଟର ମନୁ ଭାକର, ବିଶ୍ୱ ଚେସ୍ ଚାମ୍ପିଅନସିପ୍ ବିଜେତା ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ , ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରବୀଣ କୁମାର ଓ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂଙ୍କୁ ମିଳିବ ଖେଳରତ୍ନ ପୁରସ୍କାର। ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ଖେଳାଳିଙ୍କୁ ସମ୍ମାନିତ କରାଯିବ । ଏହା ସହ ଅର୍ଜୁନ ପୁରସ୍କାର ପାଇଁ ୩୨ ଜଣ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିମନଙ୍କୁ ପୁରସ୍କାର ପ୍ରଦାନ କରିବେ। କ୍ରୀଡା ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ କମିଟିର ସୁପାରିଶ ତଥା ସରକାରଙ୍କ ଅନୁସନ୍ଧାନକୁ ଆଧାର କରି ଖେଳାଳି, ପ୍ରଶିକ୍ଷକ, ବିଶ୍ୱବିଦ୍ୟାଳୟଗୁଡ଼ିକୁ ପୁରସ୍କାର ପ୍ରଦାନ ନିଷ୍ପତ୍ତି ନିଆଯାଇଛି। Post navigation ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବଢ଼ାଇଲେ ଓଡ଼ିଶା ସରକାର ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି