ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ରାଜଧାନୀ ଦିଲ୍ଲୀରେ ହେବ ମତଦାନ। ନିର୍ବାଚନ ଆୟୋଗଙ୍କ ତରଫରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଘରେ ବସି ଭୋଟ ଦେବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆରମ୍ଭ ହୋଇଛି ବୟସ୍କଙ୍କ ପାଇଁ ସ୍ଵତନ୍ତ୍ର ଭୋଟିଂ । ଏହାରି ଭିତରେ ଘରେ ବସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପ ରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ମୁରଲୀ ମନୋହର ଯୋଶୀ।

ଦିଲ୍ଲୀ ନିର୍ବାଚନ ଅଧିକାରୀ କହିଛନ୍ତି, “ମେ’ ୧୭ରେ ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ ସଫଳତାର ସହ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ସ୍ଵତନ୍ତ୍ର “ହୋମ ଭୋଟିଂ” ବ୍ୟବସ୍ଥା ୨୪ ମେ’ ପର୍ଯ୍ୟନ୍ତ ଜାରି ରହିବ । ତେବେ ଆଜି ସୁଦ୍ଧା ଦିଲ୍ଲୀର ସମସ୍ତ ୭ଟି ସଂସଦୀୟ କ୍ଷେତ୍ରରେ ମୋଟ ୧୪୦୯ ଜଣ ଭୋଟର ଘରେ ରହି ସେମନାଙ୍କ ମତଦାନ କରିଛନ୍ତି । ପଶ୍ଚିମ ଦିଲ୍ଲୀ ନିର୍ବାଚନ କ୍ଷେତ୍ରରେ ସବୁଠାରୁ ଅଧିକ ୩୮୯ଟି ଭୋଟ ପଡିଛି । ଯେଉଁଥିରେ ୨୯୯ ଜଣ ବୟସ୍କ । ସେହିପରି ପ୍ରଥମ ଦିନରେ ୧୪୮୨ ଜଣଙ୍କ ଘରେ ପହଞ୍ଚି ସେମାନଙ୍କ ଭୋଟ ସଂଗ୍ରହ କରାଯାଇଥିଲା। ଆଜି ବି ନିର୍ବାଚନ ଅଧିକାରୀମାନେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଗ୍ରହଣ କରୁଛନ୍ତି।

By Nirvay

Leave a Reply

Your email address will not be published. Required fields are marked *