ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମିଳିଲା ହତ୍ୟା ଧମକ। ଅଜଣା ନମ୍ବରରୁ ଫୋନ୍ କରି ଜୀବନରୁ ମାରି ଦେବାକୁ ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ସହ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରିଛନ୍ତି ଜୟଦେବ । ଗଣମାଧ୍ୟମକୁ ସୂଚନା ଦେଇ ଜୟଦେବ ଜେନା କହିଛନ୍ତି ଗତ ୩ ତାରିଖରେ କଲ୍ କରି ଟଙ୍କା ମାଗିଥିଲେ ଜଣେ ଯୁବକ। ଓଡ଼ିଆ ଭାଷାରେ କଥା ହୋଇ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଯାହାକୁ ନେଇ ସେ ପୋଲିସ ଆଉ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏହା ସହ ଜୟଦେବ ଜେନା କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। Post navigation ଆମେରିକା ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଫେରିଲେ ଅବୈଧ ଭାରତୀୟ ପ୍ରବାସୀ ଇଓଡବ୍ଲ୍ୟୁ ଦ୍ୱାରା ଠକ ଦମ୍ପତ୍ତି ଗିରଫ