ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ଭୋର ସାଢେ ୩ଟା ସମୟରେ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଥିବା ନେଇ ପରିବାର ପକ୍ଷରୂ ସୂଚନା ମିଳିଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ଯଜନିତ ରୋଗରେ ପିଡୀତ ହୋଇ ଭୁବନେଶ୍ବରର ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ବିଜେଡିରୁ ବିଧାୟକ ଥିଲେ ଅନନ୍ତ । ସୂଚନା ଯୋଗ୍ୟ; ଭୋଗରାଇ ନିର୍ବାଚନ ମଣ୍ତଳୀ ରୁ ୨୦୦୪ ମସିହାରେ ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜୟ ଲାଭ କରିବା ପରେ ଲଗାତାର ୪ ଥର ବିଧାୟକ ହୋଇଥିଲେ । ସେ ୨୦୧୪ ରେ ମନ୍ତ୍ରୀପଦ ପାଇଥିଲେ । ସେ ଉଚ୍ଚ ଶିକ୍ଷା ଏବଂ ଇଣ୍ଡଷ୍ଟ୍ରି ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେ ବିଡ଼ିଓ, ତହସିଲଦାର ଏବଂ ଭଦ୍ରକର ଏଡ଼ିଏମ ହୋଇଥିଲେ । ତାଙ୍କ ବିୟୋଗରେ ପରିବାର ସମେତ ରାଜନୀତିକ ଦଳରେ ଶୋକର ଛାୟା ଖେଳିଯାଇଛି । Post navigation ବିଜେପି ସରକାରରେ ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଦ୍ୱିଗୁଣିତ ହୋଇଛି: ପ୍ରଭାତୀ ପରିଡ଼ା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ