ମୁଣ୍ଡଳୀରେ ବଢ଼ୁଛି ବନ୍ୟାପାଣି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ହୀରାକୁଦରେ ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦ ଗେଟ ଖୋଲିଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହା ଫଳରେ ତଳ ମୁଣ୍ଡରେ ଜଳ ଫୁଲିବାରେ ଲାଗିଛି । ମୁଣ୍ଡଳୀରେ ଜଳସ୍ତର ଏବେ ବଢିବାରେ ଲାଗିଛି ।

ସେହିପରି ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ରହିଛି। ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।

 

Leave a Reply

Your email address will not be published. Required fields are marked *