ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି। କ୍ରମାଗତ ବର୍ଷା ଏବଂ ଉପରମୁଣ୍ଡରୁ ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଦିନକୁ ଦିନ ଯମୁନା ନଦୀ ଫୁଲିବା ଯୋଗୁଁ ଦିଲ୍ଲୀରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ୨୦୭ ମିଟର ଟପିଲା ଯମୁନା ନଦୀର ଜଳସ୍ତର । ୧୯୭୮ ଓ ୨୦୨୩ ପରେ ଦ୍ବିତୀୟ ସର୍ବାଧିକ ଜଳସ୍ତର ଚଳିତ ବର୍ଷ ବୃଦ୍ଧି ପାଇଛି।

ଏହାରି ମଧ୍ୟରେ ଦିଲ୍ଲୀ ସଚିବାଳୟ ପର୍ଯ୍ୟନ୍ତ ପହଞ୍ଚିଲା ଯମୁନା ବନ୍ୟା ପାଣି । ସଚିବାଳୟକୁ ଯିବା ଗୋଟିଏ ରାସ୍ତା ବନ୍ଦ କଲା ପ୍ରଶାସନ । ଏହା ସହିତ ଐତିହାସିକ ନିଗମବୋଧ ଶ୍ମଶାନ ଘାଟର ଭୁଶୁଡ଼ିଲା କାନ୍ଥ।  ତଳି ଅଞ୍ଚଳରେ ପଶିଲା ବନ୍ୟା ପାଣି, ରାସ୍ତାଘାଟ ବି ବୁଡ଼ିଲା। ଯମୁନାର ଜଳସ୍ତର ୨୦୭ ମିଟର ଅତିକ୍ରମ କରିବା ପରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଥିଲା। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ୪-୫ ଫୁଟ ପାଣି ଜମି ରହିଛି, ଯାହା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *