ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫେଞ୍ଜଲ୍’ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ଫେଞ୍ଜଲ୍ । ଆଜି ସଂଧ୍ୟାରେ ତାମିଲନାଡୁ-ପୁଡୁଚେରୀ ମଝିରେ ଲ୍ୟାଣ୍ଡଫଲ୍ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ରହିପାରେ। ଏହାକୁ ଦୃଷ୍ଟିରେ ରଖି ଖରାପ ପାଗ ଯୋଗୁଁ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କିଛି ବିମାନ ବାତିଲ ହୋଇଛି। ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ଘୋଷଣା କରାଯାଇଥିବା ସୂଚନା।

ଚେନାଇରେ ପ୍ରବଳ ବର୍ଷା ଯୋଗୁଁ ସହରର ୧୩୪ଟି ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରେଟର ଚେନ୍ନାଇ କର୍ପୋରେସନ (ଜିସିସି) ୧,୬୮୬ଟି ମୋଟର ପମ୍ପ ନିୟୋଜିତ କରିଛି। ପୁଡୁଚେରୀ ଏସଏସପି କଲାଇଭାନ କହିଛନ୍ତି, ଆମେ ମତ୍ସ୍ୟଜୀବୀ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛୁ। ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଉନାହାନ୍ତି। ଗତକାଲି ରାତିରୁ ଆମେ ସମସ୍ତ ବେଳାଭୂମି ବନ୍ଦ କରିଦେଇଛୁ। ଆମେ ପୁଡୁଚେରୀର ସମସ୍ତ ବେଳାଭୂମିରେ ପ୍ରାୟ ୩୦୦ କର୍ମଚାରୀ ଙ୍କୁ ମୁତୟନ କରିଛୁ ଏବଂ ଆମେ ଏନଡିଆରଏଫ ସହିତ ମଧ୍ୟ ସମନ୍ୱୟ ରକ୍ଷା କରୁଛୁ।

Leave a Reply

Your email address will not be published. Required fields are marked *