ବାତ୍ୟା ‘ଦାନା’ ପାଇଁ ଭୁୁବନେଶ୍ୱରରେ ୪୦ ବିମାନ ସେବା ପ୍ରଭାବିତ । ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନ ବନ୍ଦରକୁ ଉଡାଣ ବନ୍ଦ ରହିବ । ବାତ୍ୟା ପାଇଁ ୪୦ଟି ବିମାନ ବାତିଲ କରାଯାଇଥିବା ନେଇ ସୂଚନା ଦେଲେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ । ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ବାତ୍ୟା ପାଇଁ ଭୁବନେଶ୍ବରରେ ୪୦ ବିମାନ ସେବା ପ୍ରଭାବିତ ହେବ । ଯାତ୍ରୀଙ୍କ ସୁରକ୍ଷା ବଡ଼। ଆସୁଥିବା ବାତ୍ୟା ପ୍ରଭାବରେ ଭୁବନେଶ୍ଵରରେ ୩୫ରୁ ୪୦ କିମି ବେଗରେ ପବନ ବହିପାରେ । ଯାହା ବିମାନ ଚଳାଚଳ ପାଇଁ ଏହା ସୁରକ୍ଷିତ ନୁହେଁ । ସେଥିପାଇଁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନ ଚଳାଚଳ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି । ୨୫ ତାରିଖରେ ପାଣିପାଗରେ ପରିବର୍ତ୍ତନ ଦେଖି ନିଷ୍ପତ୍ତି ନିଆଯିବ । ତେଣୁ ଯାତ୍ରୀମାନେ ଘରୁ ଆସିବା ବେଳେ ବିମାନ ଉଡାଣର ଷ୍ଟାଟସ ଦେଖି ଆସିବା ଉଚିତ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

ବିମାନ ବନ୍ଦର ନିର୍ଦ୍ଦେଶକ ଆଉ ମଧ୍ୟ କହିଛନ୍ତି ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି। ସେମାନେ ଆମକୁ ବୈଷୟିକ ନିର୍ଦେଶ ଦେଇଛନ୍ତି। ବାତ୍ୟା ପର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ। ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବି ବନ୍ଦ ରହିବ। ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବେ ନହେଲେ ଫ୍ଲାଇଟ୍ ରିସ୍ୟୁଡୁଲ କରିବେ।

 

Leave a Reply

Your email address will not be published. Required fields are marked *