ଅହମ୍ମଦାବାଦରେ ହଷ୍ଟେଲ ଉପରେ ବିମାନ କ୍ରାସ୍‌ ଯୋଗୁଁ ୫ ଡାକ୍ତରୀ ଛାତ୍ର ମୃତ ।  ୪ UG ଓ ଜଣେ PG ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅହମ୍ମଦାବାଦ ବିଜେ ମେଡିକାଲ୍‌ ଛାତ୍ର ମୃତ ହୋଇଥିବା ବେଳେ ଆଉ କିଛି ଡାକ୍ତରୀ ଛାତ୍ର ଆହତ ସୂଚନା ମିଳିଛି । ମଧ୍ୟାହ୍ନ ଭୋଜନ କରିବା ବେଳେ ଛାତରେ ଖସିଥିଲା ବିମାନ ।

ଅନ୍ୟପଟେ ମୃତକଙ୍କ ପରିଚୟ ଚିହ୍ନଟ ପାଇଁ ଡିଏନ୍‌ଏ ସାମ୍ପଲ୍‌ ମଗାଯାଇଛି । ହସ୍ପିଟାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଜାରି କରାଯାଇଛି । ନିକଟ ସମ୍ପର୍କୀୟଙ୍କୁ ତୁରନ୍ତ ଆସି ସାମ୍ପଲ୍‌ ଦେବାକୁ କୁହାଯାଇଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ; ଆଜି ଅପରାହ୍ନ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ପାଖରେ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଲଣ୍ଡନ ଯିବାକୁ ଟେକ୍‌ ଅଫ୍‌ କରିଥିଲା ।

Leave a Reply

Your email address will not be published. Required fields are marked *