ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଭାରତୀୟ ଜନତା ପାର୍ଟି(ବିଜେପି) ଆଗାମୀ ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୮୮ ଜଣ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛି ଦଳ । ପ୍ରାର୍ଥୀ ତାଲିକା ଘୋଷଣା କଲା କେନ୍ଦ୍ରୀୟ ନିର୍ବାଚନ କମିଟି ।

ଜାଲୁକବାରୀ ନିର୍ବାଚନ କ୍ଷେତ୍ରରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏହି ଆସନରୁ ବିଶ୍ୱ ଶର୍ମା ୨୦୦୧ରୁ ଲଗାତାର ଜିତି ଆସୁଛନ୍ତି । ସେହିପରି ବିଜେପି ଭବାନୀପୁରରୁ ରଞ୍ଜିତ କୁମାର ଦାସ ଓ ଦିସପୁରରୁ ପ୍ରଦ୍ୟୁତ ବୋରଦୋଲାଇଙ୍କୁ ପ୍ରାର୍ଥୀ କରିଛି । ପ୍ରଦ୍ୟୁତ ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ଏହା ବ୍ୟତୀତ କଂଗ୍ରେସର ପୂର୍ବତନ ଆସାମ ସଭାପତି ଭୁପେନ କୁମାର ବୋରାହଙ୍କୁ ବିହପୁରିଆରୁ ଟିକେଟ୍ ଦେଇଛି ବିଜେପି । ସେ ମଧ୍ୟ ନିକଟରେ କଂଗ୍ରେସ ଛାଡି ପଦ୍ମ ଧରିଥିଲେ ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ନିକଟରେ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ଏଥର ଆସାମରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ମୋଟ୍ ୧୨୬ ସିଟରେ ଏପ୍ରିଲ ୯ରେ ଭୋଟ୍ ଗ୍ରହଣ ହେବ । ମେ ୪ରେ ଫଳାଫଳ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *