ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ସେବା କରୁଥିବା ବେଳେ ଶିରୋମଣି ଅକାଳୀ ଦଳ ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ଉପରକୁ ହେଲା ଗୁଳିମାଡ଼। ମାତ୍ର ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁଖବୀର ସିଂ ବାଦଲ । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି । ଆକ୍ରମଣକାରୀକୁ ପୁଲିସ କାବୁ କରିଛି । ଆକ୍ରମଣକାରୀଙ୍କ ନାଁ ନାରାୟଣ ସିଂ ଚୌରା । ଏହି ଆକ୍ରମଣ ପରେ ସୁଖବୀରଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ସୂଚନା ଯୋଗ୍ୟ; ଆଜି ସକାଳେ ଶିରୋମଣୀ ଅକାଳୀ ଦଳ ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ସ୍ୱର୍ଣ୍ଣ ମନ୍ଦିର ସମ୍ମୁଖରେ ସେବା କରୁଥିଲେ । ଏହି ସମୟରେ ନାରାୟଣ ସିଂହ ଆସି ତାଙ୍କ ଉପରକୁ ହଠାତ୍ ଗୁଳି ମାଡ଼ କରିବାକୁ ଚେଷ୍ଟା କରିଥିଲା । ମାତ୍ର ସେଠାରେ ଉପସ୍ଥିତ ତାଙ୍କର ଅନ୍ୟ ଅଙ୍ଗରକ୍ଷୀମାନେ ତାଙ୍କୁ କାବୁ କରି ନେଇଥିଲେ । ଫଳରେ ସୁଖବୀର ଗୁଳି ମାଡ଼ରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏହା ପରେ ସ୍ୱର୍ଣ୍ଣମନ୍ଦିର ପୁଲିସ ଅଭିଯୁକ୍ତ ନାରାଣୟ ସିଂହକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *