ମୁମ୍ବାଇର ସୁଟିଂ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ଟିଭି ଷ୍ଟାରପ୍ଲସ୍ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ଅନୁପମାର ସୁଟିଂ ସେଟ୍‌ । ଗୋରେଗାଓଁ ଫିଲ୍ମ ସିଟି ସୁଟିଂ ସେଟ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଅନୁମାନ କରାଯାଉଛି ।  ସୋମବାର ସକାଳ ପ୍ରାୟ ୫ଟା ସମୟରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।

ସୂଚନା ଯୋଗ୍ୟ; ମୁମ୍ବାଇ ଗୋରେଗାଓଁରେ ଥିବା ଅନୁପମା ସିରିଏଲ୍ ସେଟରେ ସୁଟିଂ ପାଇଁ ପ୍ରସ୍ତୁତି ଚାଲିଥିବା । ସମସ୍ତ କର୍ମଚାରୀ, ଅଭିନେତା ଏ ଅଭିନେତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସୁଟିଂର ମାତ୍ର ୨ ଘଣ୍ଟା ପୂର୍ବରୁ ସେଟରେ ହଠାତ୍ ନିଆଁ ଲାଗି ଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ନିଆଁର ଭୟାବହତା ଏତେ ଥିଲା ଯେ ସୁଟିଂ ସେଟ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଏଥିରେ କୌଣସି ମୃତାହତ ହୋଇ ନ ଥିବା ଜଣାପଡ଼ିଛି । ଦାୟିତ୍ୱ ହୀନତା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି ବୋଲି ଅଲ୍ ଇଣ୍ଡିଆ ସିନେ ୱାର୍କର୍ ଆସୋସିଏସନ୍ ଅଭିଯୋଗ କରିଛି ।

Leave a Reply

Your email address will not be published. Required fields are marked *