କାଲିଠାରୁ ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି । ରାସ୍ତାରେ ବୀମା ନଥିବା ଗାଡ଼ି ଗଡିଲେ ଏଥର କଟିବ ଚାଲାଣ । ଇ-ଡ଼ିଟେକ୍ସନ ପ୍ରକ୍ର଼ିୟାରେ ଜାରିହେବ ଇ-ଚାଲାଣ ।,ପ୍ରଥମ ଥର ଧରା ପଡ଼ିଲେ ୧ ହଜାର ଟଙ୍କା ଜରିମାନା ସ୍ଥିର କରାଯାଇଥିବା ବେଳେ ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ୪ ହଜାର ଜରିମାନା କିମ୍ବା ୩ ମାସର ଜେଲ । ଉଭୟ ଦଣ୍ଡ ମିଳିବାର ପ୍ରାବଧାନ ମଧ୍ୟ ସ୍ଥିର କରାଯାଇଛି । ବୀମା ନଥିଲେ ଗାଡ଼ି ଘରେ ରଖିବାକୁ ପରାମର୍ଶ ଦେଇଛନ୍ତି ଏସଟିଏ । ସୂଚନା ଯୋଗ୍ୟ ସରକାର ଫାସଟ୍ୟାଗ୍, ପଲ୍ୟୁସନ ସାର୍ଟିଫିକେଟ୍ ଏବଂ ଲାଇସେନ୍ସ ପରି ଗାଡ଼ିର ବୀମାପ୍ରମାଣ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହି ନିୟମକୁ କଲିଠୁ କଡ଼ାକଡ଼ି କରାଯିବ । Post navigation ପୁଣି ସ୍ଥଗିତ ରହିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା