ପୂର୍ବରୁ ଅନେକ ଥର ରାଜ୍ୟ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ମାତ୍ର ଏଥର ପଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏକାକୀ ସରକାର ଗଠନ କରିବା ପରେ ଏହି ଦିବସ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ମହିଳାମାନଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ଦଳରେ କାର୍ଯ୍ୟ କରିଥିବା ନାରୀ ନେତ୍ରୀମାନେ ଦେଶର ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ,ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି । ବିଜେପି ଶାସନରେ ଆଜିର ମହିଳା ଉନ୍ନତି ପଥରେ ଅଗ୍ରସର ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ପରିଡ଼ା କହିଛନ୍ତି ଯେ, ଓଡ଼ିଶାର ବିକାଶ କରିବା ପାଇଁ ରାଜ୍ୟର ମହିଳମାନେ ଏଥର ଭାରତୀୟ ଜନତା ପାର୍ଟକୁ ବାଛିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବଚନା ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ବିଜେପି ଓଡ଼ିଶାରେ ସରକାର ଗଢ଼ିଲେ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ । ଦଳର ସରକାର ଗଠନ ପରେ ଏହି ପ୍ରତିଶ୍ରୁତି ପୂରଣ କରିଛି । ମାତ୍ର ୮ ମାସ ମଧ୍ୟରେ ୧୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଦେଇଛି । ଏବେ ମିଶନଶକ୍ତି ବନ୍ଦ ହୋଇଯିବ ବୋଲି ବିଜେଡି ଏବେ ମିଛ ପ୍ରଚାର କରୁଛି । ମାତ୍ର ଏହି ମିଶନଶକ୍ତି ମହିଳାମାନଙ୍କୁ ନବୀନ ପଟ୍ଟନାୟକ ସରକାରରେ ଥିଲାବେଳେ ୩ ମାସର ଦରମା ନଦେଇ ରାଜରାସ୍ତାରେ ବସାଇଥିଲେ । ନବୀନ କରିଥିବା ପାପକୁ ଧୋଇବା ପାଇଁ ଲକ୍ଷପତି ଦିଦି ଯୋଜନାରେ ମିଶନଶକ୍ତି ସଦସ୍ୟାଙ୍କୁ ୧୦ ମାସର ଦରମା ଦେବାକୁ ଘୋଷଣା କରିଛୁ । ବିଜେଡି ସବୁବେଳେ ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଥିଲା । ୨୪ ବର୍ଷ ଧରି ଚକ୍ରାନ୍ତ କରି ମହିଳମାନଙ୍କୁ କେବଳ ଋଣ ଦେଇ ସୁଧଛାଡ଼ କରୁଥିଲେ । ମାତ୍ର ବିଜେପି ସରକାରରେ ମହିଳାଙ୍କ ପାଇଁ ଋଣ ନୁହେଁ ପ୍ରୋତ୍ସାହନ ରାଶି ସ୍ୱରପ ସୁଭଦ୍ରା ଯୋଜନାରେ ଅଦ୍ୟାବଧି ୧୦ ହଜାର କୋଟି ଟଙ୍କା ଦିଆଯାଇଛି । ସୁଭଦ୍ରା ଯୋଜନାର ସଫଳ ରୂପାୟନ, ଓଡ଼ିଶାର ମା’ ଭଉଣୀମାନଙ୍କର ଉଦ୍ୟୋଗୀ ହେବାର ସ୍ୱପ୍ନକୁ ମଧ୍ୟ ପୂରଣ କରିବ । ବିକଶିତ ଓଡ଼ିଶାର ଗଠନରେ ଏହି ଯୋଜନା ମୂଳପିଣ୍ଡ ହେବ । ଏହି ଯୋଜନା ପାଇଁ ୫ ବର୍ଷରେ ମୋଟ୍ ୫୫ହଜାର କୋଟି ଅର୍ଥ ବ୍ୟୟବରାଦ କରି ସୁଭଦ୍ରା ଯୋଜନା ଓଡ଼ିଶା ଇତିହାସରେ କାର୍ଯ୍ୟକାରୀ ହୋଇଥିବା ସବୁଠାରୁ ବୃହତତମହିଳା ସଶକ୍ତିକରଣ ଯୋଜନା ଭାବେ ପରିଗଣିତ ହୋଇପାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନାଁ ନେଇଯିବା ଭୟରେ ବିଜେଡି ସରକାର ସମୟରେ ଲକ୍ଷପତି ଯୋଜନା କାର୍ଯ୍ୟକାରୀ କରେଇ ଦେଉ ନ ଥିଲା । ବିଜେପି ସରକାର ଆସିବା ପରେ ଲକ୍ଷପତି ଯୋଜନାରେ ସାରା ଭାରତରେ ଓଡ଼ିଶା ଏବେ ୨ୟ ସ୍ଥାନରେ ରହିଛି । ମୋଦିଜୀଙ୍କ ନେତୃତ୍ୱରେ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ବ୍ୟତୀତ ମମତା ଯୋଜନା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ୱାନ ଷ୍ଟପ୍ ସେଂଟର, ୧୮୧ ହେଲ୍ପ ଲାଇନ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ‘ବେଟୀ ବଚାଓ ବେଟୀ ପଢ଼ାଓ’ ଇତ୍ୟାଦିର ସଫଳ ରୂପାୟନ କରାଯାଇଛି ଏହା କେବଳ ମହିଳାମାନଙ୍କୁ ସଶକ୍ତ କରିନାହିଁ ସେମାନଙ୍କ ଆର୍ôଥକ ସ୍ୱାଧୀନତା ତଥା ବିକାଶର ଧାରାକୁ ଦ୍ୱିଗୁଣିତ କରିଛି । ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ, ମୋହନ ସରକାର ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ । ବିଜେପି ମହିଳାମୋର୍ଚ୍ଚାର ସଂଗଠନ ତୃଣମୂଳସ୍ତରରେ ସୁଦୃଢ଼ ରହିଛି । ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ମୋର୍ଚ୍ଚାର ସଦସ୍ୟମାନେ ଅଙ୍ଗଦାନ ଓ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଅଙ୍ଗଦାନର ମହତ୍ୱ ସମସ୍ତଙ୍କୁ ବୁଝାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଅଙ୍ଗଦାନର ଗୁରୁତ୍ୱ ବୁଝିପାରି ୨୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁପରେ ଅଙ୍ଗଦାନ ପାଇଁ ନାମ ପଞ୍ଜୀକରଣ କରିଥିବାବେଳେ ୧୦୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ପରେ ଚକ୍ଷ୍ୟୁଦାନ ପାଇଁ ଶପଥ ନେଇଛନ୍ତି । ମହିଳାମାନଙ୍କ ଆର୍ôଥକ ବିକାଶ ପାଇଁ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରୟାସ ଜାରି ରହିଛି । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୨୦ ଜଣ ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତରୀୟ ଏବଂ ଫଳକ ଦେଇ ସମ୍ମାନିତ କରିଥିଲେ । ସେମାନେ ହେଲେ ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ବରିଷ୍ଠ ନେତ୍ରୀ କାନନବାଳା ପଟ୍ଟନାୟକ, ପ୍ରଫେସର ରୁଚି ଭୂୟାଁ, ଡା. ସରୋଜିନୀ ଷଡ଼ଙ୍ଗୀ, ସାମ୍ବାଦିକ ସୁପ୍ରିୟା ଦାଶ, ମୀନତି ସିଂ, ଶଶୀପ୍ରଭା ଦାସ, ଡ୍ରୋନଦିଦି କୁମୁଦିନୀ ସ୍ୱାଇଁ, ରୋଜାଲିନ୍ ଦାସ, ବବିତା ଦେବଦର୍ଶନୀ, ସୁଚେତା ରାଉତ, ଧରିତ୍ରୀ ପଟ୍ଟନାୟକ, କୁନ୍ତଳା ଦେବୀ, ପୁଷ୍ପିତା ପଲ୍ଲେଇ, ସୁଲୋଚନା ମହାନ୍ତି, ସୁନିତା ପଟ୍ଟନାୟକ, ସ୍ୱପ୍ନପ୍ରିୟା ପାତ୍ର, ପୁଷ୍ପାଞ୍ଜଳି ମହପାତ୍ର, ସୁନୀତା ମହାନ୍ତି । କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମିଶ୍ର, ଜୟନ୍ତୀ ପଢ଼ିଆରୀ, ସଂଚିତା ମହାନ୍ତି, ଶ୍ରୁତି ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦଶମତୀ ଛତର, ରାଷ୍ଟ୍ରୀୟ ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢ଼ୀ, ବରିଷ୍ଠ ନେତ୍ରୀ କାନନବାଳାଙ୍କ ସମେତ ମହିଳା ମୋର୍ଚ୍ଚାର ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଡା.ପ୍ରୀତିପ୍ରତିଭା ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ । Post navigation ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁ ବାବୁଙ୍କ ବିଶାଳ ପ୍ରତିମୂର୍ତ୍ତି ପରଲୋକରେ ପୂର୍ବତନ ବିଧାୟକ ଅନନ୍ତ ଦାସ