ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ୮୮ତମ କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଛନ୍ତି। ଏହା ହେଉଛି ୭୪ତମ ବାର୍ଷିକ ବଜେଟ୍ ଏବଂ ତାଙ୍କର କ୍ରମାଗତ ୯ମ ବଜେଟ୍, ଯାହା ଏକ ରେକର୍ଡ । ବିକଶିତ ଭାରତ ଯୁବ ନେତୃତ୍ବ ସମ୍ମିଳନୀ ୨୦୨୬’ ରେ ଦେଶର ଯୁବପିଢ଼ି ଏହି ଅନନ୍ୟ ‘ଯୁବ ଶକ୍ତି’ ଚାଳିତ ବଜେଟ୍ ଦ୍ବାରା ଅନୁପ୍ରାଣିତ ହୋଇ ଅନେକ ଅଭିନବ ଚିନ୍ତାଧାରା ଓ ପ୍ରସ୍ତାବ ଆଗତ କରିଛନ୍ତି । ଆମ ସରକାରଙ୍କ ତିନୋଟି ମୁଖ୍ୟ ‘କର୍ତବ୍ୟ’ ହେଉଛି – ୧. ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା। ୨. ଦେଶବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା । ୩. ଏହି ସମସ୍ତ ପ୍ରୟାସକୁ ‘ସବକା ସାଥ୍, ସବକା ବିକାଶ’ର ଦୂରଦୃଷ୍ଟି ସହ ସମନ୍ବିତ କରିବା । ଏହି ବଜେଟ୍ ମୁଖ୍ୟତଃ ୬ଟି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରୁଛି, ଯେଉଁଥିରେ ଋଣନୈତିକ ଏବଂ ଅତ୍ୟାଧୁନିକ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି, ପାରମ୍ପରିକ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର, ‘ଚାମ୍ପିଅନ୍’ MSME ଗୁଡ଼ିକର ବିକାଶ, ଭିତ୍ତିଭୂମି କ୍ଷେତ୍ରକୁ ଶକ୍ତିଶାଳୀ ପ୍ରୋସାହନ, ଦୀର୍ଘକାଳୀନ ସୁରକ୍ଷା ଓ ସ୍ଥିରତା ନିଶ୍ଚିତ କରିବା ଏବଂ ସହର-ଭିଭିକ ଅର୍ଥନୈତିକ ଅଞ୍ଚଳଗୁଡ଼ିକର ବିକାଶ । ମୁଖ୍ୟ ଘୋଷଣାବଳୀଗୁଡ଼ିକ ହେଲା:- ବାୟୋଫାର୍ମା ଶକ୍ତି : ଆଗାମୀ ୫ ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ । ୩ଟି ନୂତନ NIPER (National Institute of Pharmaceutical Education and Research) ପ୍ରତିଷ୍ଠା ଏବଂ ୭ଟିର ଉନ୍ନତିକରଣ କରାଯିବ । ସେମିକଣ୍ଡକ୍ଟର ମିଶନ ୨.୦: ଏହି ମିଶନର ଶୁଭାରମ୍ଭ ହୋଇଛି । ଏଥିପାଇଁ ୪୦,୦୦୦ କୋଟି ଟଙ୍କାର ବଜେଟ୍ ରଖାଯାଇଛି । ଦୁର୍ଲଭ ମୃଭିକା କରିଡର (Rare Earth Corridors): ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ଖଣିଜ ସମ୍ପଦ ଭରା ରାଜ୍ୟରେ ଏହା ସ୍ଥାପନ କରାଯିବ । ଜଳପଥ ଓ ପରିବହନ: ଓଡିଶାର ତାଳଚେର-ଅନୁଗୋଳକୁ କଳିଙ୍ଗନଗର ଦେଇ ପାରାଦୀପ ସହ ଯୋଡ଼ିବା ପାଇଁ ବ୍ରାହ୍ମଣୀ ଓ ମହାନଦୀ ଉପରେ ‘ଜାତୀୟ ଜଳପଥ-୫’ (National Waterways 5) ର ବିକାଶ। ପୂର୍ବରେ ଦାଙ୍କୁନିରୁ ପଶ୍ଚିମରେ ସୁରଟ ପର୍ଯ୍ୟନ୍ତ ନୂତନ ‘ଫ୍ରେଟ୍ କରିଡର’ ନିର୍ମାଣ । ଶିଳ୍ପ ଓ ବୟନ ଶିଳ୍ପ: ଶ୍ରମ-ଭିଭିକ ବୟନ ଶିଳ୍ପ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏବଂ ଖାଦି ଓ ହସ୍ତଶିଳ୍ପ ପାଇଁ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ’ ଯୋଜନା । ପୁଞ୍ଜି ବ୍ୟୟ (Capital Expenditure): ଆର୍ଥିକ ବର୍ଷ ୨୦୨୭ ପାଇଁ ଏହାକୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଶିକ୍ଷା ଓ ରୋଜଗାର: ଶିକ୍ଷାକୁ ନିଯୁକ୍ତି ଓ ଉଦ୍ୟୋଗ ସହ ଯୋଡ଼ିବା ପାଇଁ ‘E2E standard committee’ ଗଠନ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ‘ଛାତ୍ରୀ ନିବାସ’ ନିର୍ମାଣ । MSME ପାଣ୍ଠି: MSME ଗୁଡ଼ିକର ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କାର Growth Fundi ପର୍ଯ୍ୟଟନ: ଭାରତୀୟ ପର୍ଯ୍ୟଟନ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ‘National Institute of Hospitality’ ର ସ୍ଥାପନ । ଅନ୍ୟାନ୍ୟ: ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟ ଓ ୫୦୦ କଲେଜରେ ABGC କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ପ୍ରତିଷ୍ଠା ପ୍ରମୁଖ ଶିଳ୍ପ ଏବଂ ଲଜିଷ୍ଟିକ୍ସ ନିକଟରେ ପାଞ୍ଚଟି ‘ୟୁନିଭର୍ସିଟି ଟାଉନସିପ୍’ ବା ବିଶ୍ବବିଦ୍ୟାଳୟ ସହର ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର ରାଜ୍ୟଗୁଡ଼ିକୁ ସହାୟତା ପ୍ରଦାନ କରିବେ । ଏହା ଦ୍ବାରା ଶିଳ୍ପାଞ୍ଚଳ ଏବଂ ଶିକ୍ଷା ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରାଯାଇପାରି । ମହାକାଶ ବିଜ୍ଞାନ ଓ ଶିକ୍ଷା: ସରକାର ‘ଇମର୍ସିଭ୍ ଲଣ୍ଡିଂ’ ବା ଅନୁଭୂତି-ଭିତ୍ତିକ ଶିକ୍ଷା ମାଧ୍ୟମରେ ମହାକାଶ ବିଜ୍ଞାନ (Astrophysics) ଏବଂ ଜ୍ୟୋତିର୍ବିଜ୍ଞାନ (Astronomy) କୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା କରୁଛନ୍ତି I ଏହା ବିଦ୍ୟାର୍ଥୀମାନଙ୍କୁ ମହାକାଶ ବିଷୟରେ ଗଭୀର ଜ୍ଞାନ ଆହରଣ କରିବାରେ ସାହାଯ୍ୟ କରିବା ଆତିଥ୍ୟ କ୍ଷେତ୍ରର ଉନ୍ନତିକରଣ: ହୋଟେଲ ମ୍ୟାନେଜମେଣ୍ଟ ଏବଂ କ୍ୟାଟରିଂ ଟେକ୍ନୋଲୋଜି ପାଇଁ ଥିବା ଜାତୀୟର ଉନ୍ନତିକରଣ କରାଯାଇ ଏହାକୁ ଏକ National Institute of Hospitality ଭାବରେ ପ୍ରତିଷ୍ଠା କରାଯିବ । ଏହା ଦ୍ଵାରା ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପକୁ ବିଶ୍ବସ୍ତରୀୟ ମାନକ ପ୍ରଦାନ କରାଯାଇପାରିବ । ପର୍ଯ୍ୟଟନ ମାର୍ଗଦର୍ଶକଙ୍କ ଦକ୍ଷତା ବିକାଶ: ଦେଶର ୨୦ଟି ପ୍ରମୁଖ ଐତିହାସିକ ତଥା ପର୍ଯ୍ୟଟନ ସ୍ଥଳୀରେ ୧୦,୦୦୦ ପର୍ଯ୍ୟଟକ Guides ଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା ପାଇଁ ଏକ ପାଇଲଟ୍ ସ୍କ୍ରିମ୍ ବା ପ୍ରାରମ୍ଭିକ ଯୋଜନା ଆରମ୍ଭ କରାଯିବା ଡିଜିଟାଲ୍ ଜ୍ଞାନ ଗ୍ରିଡ୍: ଦେଶର ସମସ୍ତ ଗୁରୁତ୍ଵପୂର୍ଣ୍ଣ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଐତିହ୍ୟ ସମ୍ପନ୍ନ ସ୍ଥାନଗୁଡ଼ିକୁ ଡିଜିଟାଲ୍ ପ୍ଲାଟଫର୍ମରେ ପଞ୍ଜିକୃତ କରିବା ପାଇଁ ଏକ National destination digital knowledge grid ସ୍ଥାପନ କରାଯିବ । ବନ୍ୟପ୍ରାଣୀ ପର୍ଯ୍ୟଟନ ଓ ସ୍ବତନ୍ତ୍ର ଟ୍ରେଲ୍: ବନ୍ୟପ୍ରାଣୀ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସ୍ବତନ୍ତ୍ର ଭ୍ରମଣ ପଥ ବା ‘ଟ୍ରେଲ୍’ (Trails) ନିର୍ମାଣ କରାଯିବ ଏଥିରେ ଓଡ଼ିଶା, କର୍ଣ୍ଣାଟକ ଏବଂ କେରଳର ସମୁଦ୍ର କୂଳରେ ଥିବା କଇଁଛମାନଙ୍କ ଅଣ୍ଡାଦାନ ସ୍ଥଳକୁ ନେଇ Turtle Trails ଏବଂ ପୁଲିକାଟ ହ୍ରଦ ନିକଟରେ ପକ୍ଷୀ ନିରୀକ୍ଷଣ ପାଇଁ ସ୍ବତନ୍ତ୍ର ପଥ ପ୍ରସ୍ତୁତ କରାଯିବ। ଉପକୂଳବର୍ତ୍ତୀ ରାଜ୍ୟରେ ଅର୍ଥକାରୀ ଫସଲ: ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ନଡ଼ିଆ, କାଜୁ ଏବଂ କୋକୋ ଭଳି ଅଧିକ ମୂଲ୍ୟଯୁକ୍ତ ଫସଲର ଚାଷ ଓ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ। ପାରମ୍ପରିକ ଚିକିତ୍ସା ଓ ପ୍ରାଣୀ ସମ୍ପଦ ବିକାଶ: ସରକାର ପାରମ୍ପରିକ ଚିକିତ୍ସା ପଦ୍ଧତିର ଗବେଷଣା ଏବଂ ପ୍ରଶିକ୍ଷଣକୁ ବ୍ୟାପକ କରିବେ ପଶୁ ଚିକିତ୍ସା କ୍ଷେତ୍ରରେ ଶିକ୍ଷାର ପ୍ରସାର ପାଇଁ ସବସିଡି ସହାୟତା ମାଧ୍ୟମରେ ୨୦,୦୦୦ ନୂତନ ବିଶେଷଜ୍ଞ ପ୍ରସ୍ତୁତ କରାଯିବା ଏହା ସହିତ ପ୍ରାଣୀପାଳନ କ୍ଷେତ୍ରରେ ବିଶ୍ବସ୍ତରୀୟ ସହଯୋଗ ବୃଦ୍ଧି କରାଯିବା ଅରେଞ୍ଜ ଇକୋନୋମି (Orange Economy): ଭାରତର ‘ଅରେଞ୍ଜ ଇକୋନୋମି ବା ସୃଜନଶୀଳ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଆନିମେସନ୍ (Animation), ଭିଏଫଏକ୍ସ (VFX), ଗେମିଂ ଏବଂ କମିକ୍ସ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ବ ଦିଆଯିବ। ପାରମ୍ପରିକ ଚିକିତ୍ସା: ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ପ୍ରମାଣ-ଭିଭିକ ଗବେଷଣା, ଭନ୍ନତ ପ୍ରଶିକ୍ଷଣ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ସରକାର ନୂତନ ପଦକ୍ଷେପ ଆରମ୍ଭ କରିବେ । ମତ୍ସ୍ୟ ସମ୍ପଦ ବିକାଶ: ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟ ସମ୍ପଦର ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବା ପାଇଁ ଜଳାଶୟଗୁଡ଼ିକର ବିକାଶ କରାଯିବ । ଏହା ସହିତ ଷ୍ଟାର୍ଟଅପ୍, ମହିଳା ପରିଚାଳିତ ଗୋଷ୍ଠୀ ଏବଂ ମତ୍ସ୍ୟଜୀବୀ ସଂଗଠନଗୁଡ଼ିକ ପାଇଁ ବଜାର ସଂଯୋଗ ସୃଷ୍ଟି କରାଯିବ। ମହିଳା ଉଦ୍ୟୋଗୀ ମାର୍ଟ: ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ‘କ୍ଲଷ୍ଟର-ଲେଭଲ୍ ଫେଡେରେସନ୍’ ଅଧୀନରେ ସମୁଦାୟ-ମାଲିକାନା ବିଶିଷ୍ଟ ଖୁଚୁରା କେନ୍ଦ୍ର ବା ‘ସ୍ବୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗୀ ମାର୍ଟ ସ୍ଥାପନ କରାଯିବ ପୂର୍ବୋଦୟ ଓ ପର୍ଯ୍ୟଟନ: ପୂର୍ବୋଦୟ’ ରାଜ୍ୟଗୁଡ଼ିକରେ ପାଞ୍ଚଟି ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ East Coast Development Corridorର ନିର୍ମାଣ କରାଯିବ । ପ୍ରତ୍ୟକ୍ଷ ଟିକସ ଓ ଆୟକର ନୂତନ କର ବ୍ୟବସ୍ଥା (New Tax Regime): ଏହି ବ୍ୟବସ୍ଥା ଅଧୀନରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟକୁ ସମ୍ପୂର୍ଣ୍ଣ କରମୁକ୍ତ କରାଯାଇଛି। ଦରମାଭୋଗୀ କର୍ମଚାରୀଙ୍କ ପାଇଁ ‘ଷ୍ଟାଣ୍ଡାର୍ଡ ଡିଡକ୍ସନ’ ୭୫,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି, ଯାହା ଫଳରେ ୧୨.୭୫ ଟଙ୍କା ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ବରିଷ୍ଠ ନାଗରିକ: ବରିଷ୍ଠ ନାଗରିକମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣକୁ ଦ୍ୱିଗୁଣିତ କରାଯାଇ ୧ ଟଙ୍କା ଲକ୍ଷ କରାଯାଇଛି। ଘରଭଡ଼ା ଉପରେ TDS: ଘରଭଡ଼ା ଉପରେ TDS (Tax Deducted at Source) ର ସୀମା ବାର୍ଷିକ ୧୨.୪ ଲକ୍ଷରୁ ୧୬ ଲକ୍ଷକୁ ବୃଦ୍ଧି କରାଯାଇଛି ଶିକ୍ଷା ଋଣ ଓ TCS: ଶିକ୍ଷା ଋଣ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୈଦେଶିକ ଅର୍ଥ ପ୍ରେରଣ (Remittances) ଉପରୁ TCS (Tax Collected at Source) କୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । ସମ୍ପରି ଓ ରିଟର୍ଣ୍ଣ ଫାଇଲିଂ:- ନିଜସ୍ବ ସମ୍ପତ୍ତି (Self-occupied properties): ପୂର୍ବରୁ ଗୋଟିଏ ନିଜସ୍ବ ବାସଭବନ ଉପରେ ଟିକସ ରିହାତି ମିଳୁଥିବା ବେଳେ ଏବେ ଦୁଇଟି ସମ୍ପରି ଉପରେ ଏହି ସୁବିଧା ମିଳିବା ରିଟର୍ଣ୍ଣ ଫାଇଲିଂ: ଟିକସ ରିଟର୍ଣ୍ଣ ଫାଇଲିଂର ସମୟସୀମାକୁ ୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପରୋକ୍ଷ ଟିକସ ଓ କଷ୍ଟମ୍ସ ଡ୍ୟୁଟି (Indirect Tax): – ମେକ୍ ଇନ୍ ଇଣ୍ଡିଆ’କୁ ପ୍ରୋତ୍ସାହନ: ବୈଦ୍ୟୁତିକ ଯାନ (EV) ର ବିଭିନ୍ନ ଯନ୍ତ୍ରାଂଶ, ଲିୟମ୍ ବ୍ୟାଟେରୀ, ମୋବାଇଲ୍ ଉତ୍ପାଦନ, ସୌର ପିଲି (Solar PV) ସେଲ୍ ଏବଂ ୩୬ଟି ଜୀବନରକ୍ଷକ ଔଷଧ ଉପରେ କଷ୍ଟମ୍ପ ଡ୍ୟୁଟି ବା ସୀମା ଶୁଳ୍କ ଛାଡ଼ କରାଯାଇଛି! Post navigation Budget 2026: ଏପ୍ରିଲରୁ ଲାଗୁ ହେବ ନୂଆ ଆୟକର ନିୟମ