father-lost-his-life-because-of-dj-noise-alleges-debi-rathas-son
ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ସମୟରେ ବିଳମ୍ବିତ ରାତ୍ରିରେ ଡିଜେର ବିକଟାଳ ଶବ୍ଦରେ ତାଙ୍କ ବାପାଙ୍କ ଜୀବନ ଚାଲିଗଲା ।
 
ଡିଜେର ବିକଟାଳ ଶବ୍ଦରେ ତାଙ୍କ ଘର ଦୁଲୁକୁଥିଲା । କାହାକୁ କହିଲେ ବି କେହି ଶୁଣିଲେନି । ଏକାସଙ୍ଗେ ୩ଟି ଡିଜେ ଗାଡ଼ି କର୍କଶ ଶବ୍ଦ କରି ଶୋଭାଯାତ୍ରା କଲେ । ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ ଠିକ୍‌ ଥିଲା, ଡିଜେ ବାଜିଲା ପରେ କିପରି ଜଣେ ୭୧ ବର୍ଷୀୟ ଅସୁସ୍ଥ ଲୋକ ଏହାକୁ ସମ୍ଭାଳି ଥାନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି ।
 
ଦେବୀ ରଥ ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଥିଲେ । ଯାତ୍ରା ଜଗତର ବାପା ଚରିତ୍ର ଅଭିନେତା ଭାବେ ସେ ବେଶ ପ୍ରଶଂସା ସାଉଁଟିଥିଲେ । ତାଙ୍କ ବିୟୋଗରେ ଯାତ୍ରା ଜଗତରରେ ଶୋକର ଛାୟା ଖେଳିଯାଇଛି ।

By Nirvay

Leave a Reply

Your email address will not be published. Required fields are marked *