ଅଦିନିଆ ବର୍ଷା ଚାଷୀର ବର୍ଷକର ଭାତ ହାଣ୍ଡିକୁ ଉଜାଡି ଦେଇଛି । ପୁଷ ମାସରେ ଲଗାଣ ବର୍ଷା ହେଲେ ଚାଷୀଙ୍କ କ୍ଷେତରେ ଥିବା ଫସଲକୁ କ୍ଷତି କରାଇଛି । ଅଦିନିଆ ବର୍ଷା ଚାଷୀକୂଳକୁ ଦୁଃଖ ସାଗରରେ ଭସାଇ ଦେଇଛି । ଜମିରେ ବର୍ଷା ପାଣିରେ ପାଚିଲା ଧାନ ଭାସୁଛି । ଦକ୍ଷିଣ ଓଡ଼ିଶାଠାରୁ ଆରମ୍ଭ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଏହି ସମୟରେ ଉଜୁଡ଼ା ଚାଷ ଜମି ଦେଖି ଚାଷୀଙ୍କ ଜୀବନ ଯାଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ସନ୍ଥପଡ଼ା ଗ୍ରାମରେ । ମୃତକ ଜଣକ ହେଲେ ସନ୍ଥପଡ଼ା ଗ୍ରାମର ଚାଷୀ ଭାବଗ୍ରାହୀ ମଲ୍ଲିକ । ସୂଚନା ମୁତାବକ; କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ସନ୍ଥପଡ଼ା ଗ୍ରାମର ଭାବଗ୍ରାହୀ ମଲ୍ଲିକ ୭ ଏକର ଜମିରେ ଧାନ ଚାଷ କରିଥିଲେ । ଅଦିନିଆ ଲଘୁଚାପ ଜନିତ ବର୍ଷା କମିବା ବେଳେ ବୁଧବାର ସକାଳେ ଭାବଗ୍ରାହୀ ଚାଷ ଜମି ଦେଖିବାକୁ ଯାଇଥିଲେ । କଟାଯାଇଥିବା ପ୍ରାୟ ୩ ଏକର ଧାନ ପାଣିରେ ବୁଡ଼ିକି ରହିଥିଲା । ଯାହାକୁ ଦେଖିବା ପରେ ସେ ଘରକୁ ଫେରି ସ୍ତ୍ରୀଙ୍କ ସହିତ ଏ ନେଇ ଆଲୋଚନା କରିଥିଲେ । ଏହା ପରେ ଘର ବାହାରକୁ ଚାଲିଯାଇଥିଲେ । ବାହାରେ ଥିବାବେଳେ ହଠାତ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ପରିବାର ଲୋକ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହିତ ଏହା ହୃଦଘାତ ଜନିତ ମୃତ୍ୟୁ ବୋଲି କହିଛନ୍ତି । ସେହିପରି ଚାଷ ନଷ୍ଟ ପାଇଁ ଆଉ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଦିନିଆ ବର୍ଷା ଯୋଗୁଁ ଚାଷ ଫସଲ ନଷ୍ଟ ହୋଇଯାଇଥିବା ଦେଖି ଗଞ୍ଜାମ ଛତ୍ରପୁର ବ୍ଲକ ବଡ଼ମାଧପୁର ବରଙ୍ଗ ଗାଁର ଘଟଣା ଚାଷୀ ବନମାଳୀ ପେଣ୍ଠେଇ ଆତ୍ମହତ୍ୟା କରିଛନ୍ତି । ଅଭିଯୋଗ ଅନୁଯାଇ ବନମାଳୀ ୫ ଏକର ଜମିରେ ଚାଷ କରି ୨ ଲକ୍ଷ ଋଣ ନେଇଥିଲେ ଫସଲ ନଷ୍ଟ ଦେଖି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । Post navigation ଦୁର୍ବଳ ହେଲା ଲଘୁଚାପ; ରାଜ୍ୟରେ କମିଲା ବର୍ଷା ନାଲ୍କୋ ଛକରେ ଉଠା ଦୋକାନୀଙ୍କ ଧାରଣା