ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ। ରାଜ୍ୟରେ ବିଜୁଳି ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର ବିରୁଦ୍ଧରେ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ସ୍ମାର୍ଟ ମିଟରକୁ ନେଇ ଏବେ ବରଗଡ ଜିଲ୍ଲାର ଚାଷୀମାନେ ଜୋରଦାର ପ୍ରତିବାଦ କରିଛନ୍ତି । ବାରମ୍ବାର ଲାଇନ କାଟ, ଲୋ ଭୋଲଟେଜ , ଅଘୋଷିତ ବିଦ୍ୟୁତ କାଟ, କର୍ମଚାରୀ ମାନଙ୍କ ମନମୁଖୀ ଏବଂ ସ୍ମାର୍ଟ ମିଟରରେ ଅଧିକ ବିଦ୍ୟୁତ୍ ବିଲ ଆସୁଥିବା ଅଭିଯୋଗରେ ବରଗଡରେ ସୋହେଲ ବ୍ଲକ ଘେଁସ ଅଞ୍ଚଳର ଶହ ଶହ ଚାଷୀ ପ୍ରତିବାଦ କରିଛନ୍ତି। ପ୍ରତିବାଦ ସହ ସେମାନେ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯାଉ ବୋଲି ବୋଲି ଦାବି କରିଛନ୍ତି । ଏହା ସହ ଘରେ ଲାଗିଥିବା ବିଦ୍ୟୁତ ମିଟର କାଢି ଆଣି ଇଲେକ୍ଟ୍ରି ଅଫିସ ଆଗରେ ଫୋପାଡିଛନ୍ତି ।

Leave a Reply

Your email address will not be published. Required fields are marked *