ଆସନ୍ତା କାଲି ଟି-୨୦ ଟକ୍କର ପୂର୍ବରୁ ଆଜି ବାରବାଟୀରେ ନେଟ୍ ପ୍ରାକ୍ଟିସ୍ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଟି-୨୦ ମ୍ୟାଚ୍ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି । ଏଥିପାଇଁ ଉଭୟ ଦଳ ଆଜି କଟକର ବାରବାଟୀ ଷ୍ଟାଡିୟମରେ ନେଟ୍ ଅଭ୍ୟାସରେ ନିୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ବାରବାଟୀରେ ୩ ଘଣ୍ଟା ଅଭ୍ୟାସ କରିବ ଟିମ୍ ଇଣ୍ଡିଆ । ଅପରାହ୍ନ ୧ଟା୩୦ରୁ ୪ଟା୩୦ ଯାଏ ଅଭ୍ୟାସ କରିବ ଟିମ୍ ଇଣ୍ଡିଆ । ସେହିପରି ଦକ୍ଷିଣ ଆଫ୍ରିକା ଟିମ୍ ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୮ଟା ୩୦ ଯାଏ ଅଭ୍ୟାସ କରିବେ । ଏହି ସମୟରେ ଅଭ୍ୟାସ ମ୍ୟାଚ ଦେଖିବାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ବାରବାଟୀ ଷ୍ଟାଡିୟମ । ଗ୍ୟାଲେରୀ ନମ୍ବର ୬ ଓ ୭ରେ ଦର୍ଶକ ମାନେ ଅଭ୍ୟାସ ଦେଖି ପାରିବେ । ଆଜି କଟକର ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍ ସର୍ବସାଧାରଣଙ୍କ ପାଇଁ ଖୋଲା ଥିବାରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଆନନ୍ଦର ବିଷୟ ରହିଛି। ସୂଚନା ଯୋଗ୍ୟ; ଗତକାଲି ଦୁଇ ଦଳ ଖେଳାଳି ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ବାରବାଟୀରେ ହାର୍ଦ୍ଦିକ ଅଭ୍ୟାସ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ରାତିରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ୫ ସାଥୀ ଖେଳାଳି ଭୁବନେଶ୍ୱରରେ ପହଞ୍ଚିଥିଲେ । ଅପରାହ୍ନରେ ଟିମ୍ ଇଣ୍ଡିଆର କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ କିଛି ଖେଳାଳି ଭୁବନେଶ୍ୱରରରେ ପହଞ୍ଚି ଥିଲେ । ହୋଟେଲ ମେଫେୟରରେ ଅଛନ୍ତି ଦୁଇ ଦଳର ସମସ୍ତ ଖେଳାଳି । କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ହୋଟେଲ ମେ ଫେୟାର । ଖେଳାଳିଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । Post navigation Congress slams Prayaskanti: ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ଦୁର୍ନୀତି ଟଙ୍କାରେ ଅୟସକାନ୍ତିଙ୍କ ଅୟସ: କଂଗ୍ରେସ