ରାଜଧାନୀରେ ନକଲି ପୋଲିସ । ଜଣେ ନିଜକୁ ଡିଏସପି ଓ ଆଉ ଜଣେ ନିଜକୁ କନଷ୍ଟେବଲ୍‌ କହୁଥିବା ନକଲି ପୋଲିସକୁ ଗିରଫ କଲା ଅସଲି ପୋଲିସ । ଚେକିଂ ବ୍ଲକିଂ ବେଳେ ଧରିଲା ସହିଦ ନଗର ଥାନା ପୋଲିସ । ନକଲି ଡିଏସପି ହେଉଛି ମାନସ ରଞ୍ଜନ ସେନାପତି । ତାଙ୍କ ଘର ଭଦ୍ରକ ବାସୁଦେବପୁର ଅଂଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱର ଖାରବେନଗର ଥାନା ଅଂଚଳରେ ଥିବା ମଧୁସୂଦନ ନଗରରେ ରହୁଥିବାର ସୂଚନା ମିଳିଛି। ନିଜକୁ ଡିଏସପି କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ ପରେ ତାକୁ ଗିରଫ କରାଯାଇଛି।

ଗିରଫ ପରେ ତାଙ୍କ ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପୋଏଣ୍ଟ ମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ , କାର, ମୋବାଇଲ ଫୋନ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *