ପ୍ରୟାଗରାଜରୁ ନବୀନ ଦାସ : ମହିଳା ଜଣଙ୍କର ବୟସ ୫୫ ଉପରେ ହେବ। ସାଙ୍ଗରେ ୧୦ / ୧୨ ବର୍ଷର ପୁଅ । ଆଉ କେତେଜଣ ମହିଳା ଓ ପୁରୁଷ ବି ଅଛନ୍ତି ତାଙ୍କ ସହ । ସେମାନଙ୍କର ଘର ରାଜସ୍ଥାନର ଉଦୟପୁର । ମହାଜ୍ୟ ମେଳା ପଡିଆ ଭିତରକୁ ପଶୁପଶୁ ସେମାନଙ୍କ ସହିତ ମୋର ଦେଖା ହେଲା । ହାତରେ କିମ୍ବା ପିଠିରେ ବ୍ୟାଗ । ଚାଲିଚାଲି ସେମାନେ ଯାଇଥିଲେ ଗଙ୍ଗାରେ ବୁଡ ପକାଇବା ପାଇଁ। କୌତୁହଳ ହେଲା। ଜାଣିଲି ଟ୍ରେନରୁ ଓହ୍ଲାଇବା ପରେ ୨୨କିଲୋମିଟର ଚାଲିଚାଲି ପହଞ୍ଚିଛନ୍ତି ମେଳାରେ । ୨୨ କିଲୋମିଟର ! ପଚାରିଥିଲି, ‘ମାଉସୀ ! କାହିଁକି ଆସିଛନ୍ତି ?’ ହିନ୍ଦିରେ ମାଉସୀ ଉତ୍ତର ଦେଲେ, ଗଙ୍ଗା ମା’ ଡାକିଲେ ଆସିଛି। ବୁଡ ପକେଇ ଫେରିଯିବି । ମାଉସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ଯୋଗୀ, ସାଧୁସନ୍ଥ କିମ୍ବା ଡିଜିଟାଲ ମହାକୁମ୍ଭର କୌଣସିମାନେ ନାହିଁ । ଇଏ ଏକ ବିଶାଳ ଆସ୍ଥା । ଗଙ୍ଗା ମା’ । ସରକାରୀ ପ୍ରଚାର କିମ୍ବା ଭିଭିଆଇପିମାନଙ୍କର ଗଙ୍ଗାବ୍ରତ ମାଉସୀ କିମ୍ବା ତାଙ୍କ ସହ ଆସିଥିବା ଉଦୟପୁର ଗ୍ରୁପର କାହା ଉପରେ କୌଣସି ପ୍ରଭାବ ନାହିଁ । କେବଳ ଗଙ୍ଗା ମା’। ପ୍ରାୟ ୯୦ଭାଗ ଶ୍ରଦ୍ଧାଳୁଙ୍କ ମନରେ ଏହି ଆସ୍କା ପ୍ରତିଫଳିତ ହୋଇଛି ମହାକୁମ୍ଭ ମେଳାରେ । ମୋଦୀ ଏବଂ ଯୋଗୀ ଏହାର ରାଜନୀତିକରଣ କରିଛନ୍ତି । ମହାକୁମ୍ଭର ଡିଜିଟାଲ ରୂପ ପ୍ରଚାରର ବଡ଼ ଅସ୍ତ୍ର ହୋଇଛି । ରାଜନେତାମାନେ ଦୁବକୀ ମାରି ସୋସିଆଲ ମିଡ଼ିଆରେ ଫଟୋ ଛାଡିଛନ୍ତି । ମୋଦୀ କରିଛନ୍ତି ବୋଲି ଭାଜପା ନେତାମାନେ ଆସ୍ଥା ଥାଉ କି ନଥାଇ ସଙ୍ଗମକୁ ଆସିଛନ୍ତି । ଭିଆଇପି ସୁରକ୍ଷା ଭିତରେ ତ୍ରିବେଣୀରେ ବୁଡ଼ ପକାଇଛନ୍ତି । କିନ୍ତୁ କୋଟିକୋଟି ସାଧାରଣ ଲୋକ ମୋଦୀ କିମ୍ବା ଯୋଗୀଙ୍କ ଯାଦୁରେ ପ୍ରଭାବିତ ହୋଇ ମହାକୁମ୍ଭ ଆସିନାହାନ୍ତି ବୋଲି ଏହି ପ୍ରତିନିଧି ସ୍ପଷ୍ଟ ଅନୁଭବ କରିଥିଲା ଶୁଦ୍ଧାଳୁଙ୍କ ସହ ମିଶିବା ପରେ । Post navigation ଚାମ୍ପିଅନ୍ସ ଟ୍ରଫି: ଦୁବାଇରେ ଭାରତର ‘ବିରାଟ’ ବିଜୟ କାଶୀ-ତାମିଲ୍ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ