ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ୪ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ ମାଓବାଦୀ । ୩ ଦିନ ପରେ ମିଳିଲା ଲୁଟ୍ ହୋଇଥିବା ବିସ୍ଫୋରକ । ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ଲୁଟ୍ ବିସ୍ଫୋରକରୁ ଅନେକ ଜବତ ହୋଇଥିବା ଜଣାପଡିଛି । ତେବେ କେତେ ପରିମାଣର ବିସ୍ଫୋରକ ଜବତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ଯୋଗ୍ୟ; ସୂଚନା ଯୋଗ୍ୟ; ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଇତମାରୁ ୨୦୦ ପେଟି ବିସ୍ଫୋରକ ନେଇ ଏକ ଟ୍ରକ୍ କେ. ବଳଙ୍ଗା ଥାନା ଅନ୍ତର୍ଗତ ରେଲହାତୁର ବାଙ୍କୋ ଅଞ୍ଚଳକୁ ମଙ୍ଗଳବାର ଯାଉଥିଲା। ରେଲହାତୁ-ବାଙ୍କୋ ନିକଟରେ ଦୁର୍ବୃତ୍ତମାନେ ଟ୍ରକକୁ ଅଟକାଇ ବିସ୍ଫୋରକ ଲୁଟି ନେଇଥିଲେ । ଗାଡ଼ି ଡ୍ରାଇଭରକୁ ଧମକାଇ ବିସ୍ଫୋରକ ସହ ଗାଡିକୁ ନେଇଯାଇଥିଲେ ଜଙ୍ଗଲକୁ। ସେଠାରେ ଗାଡିରୁ ସାମଗ୍ରୀ ଓହ୍ଲାଇ ଛାଡିଦେଇଥିଲେ ଡ୍ରାଇଭରକୁ। ପରେ ଗାଡି ମାଲିକଙ୍କ ସହ ସମ୍ପର୍କ କରି କେ. ବଲାଙ୍ଗ ପୋଲିସ ଚାଳକଙ୍କୁ ଉଦ୍ଧାର କରିଥିଲା। ଘଟଣା ପରେ ତୁରନ୍ତ ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଦେଇଥିଲା ପୋଲିସ । ବିସ୍ଫୋରକକୁ ମାଓବାଦୀ ଲୁଟି ନେଇଥିବା ସନ୍ଦେହ କରାଯାଉଥିବା ବେଳେ ୩ ଦିନ ପରେ ଆଜି ଉଦ୍ଧାର କରାଯାଇଛି । Post navigation ଗୋଟିଏ ସିଟିଂରେ ହେବ ନିଟ୍-ପିଜି ପରୀକ୍ଷା ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ହଜାରେ ବସ୍