ଆଜି ଗୃହରେ କରୋନା ମହାମାରୀ ସମୟରେ ହୋଇଥିବା ଖର୍ଚ୍ଚର ତଥ୍ୟ ମାଗିଛନ୍ତି ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ସେ କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅନୁଗ୍ରହ କରି କହିବେ କି କରୋନା ମହାମାରୀ ସମୟରେ ଭୁବନେଶ୍ବର ସମ ହସ୍ପିଟାଲ କୁ କରୋନା ଚିକିତ୍ସା ବାବଦରେ କେଉଁ କେଉଁ ତାରିଖରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠି, ଡିଏମଏଫ ପାଣ୍ଠି ଓ ଏହି ଡାକ୍ତରଖାନାରେ ସିଏସଆର ପାଣ୍ଠିରୁ କେତେ ପରିମାଣର ଅର୍ଥ ଯୋଗାଇ ଦେଇଛନ୍ତି, କେତେ ସଂଖ୍ୟକ କରୋନା ରୋଗୀଙ୍କର ଚିକିତ୍ସା ହୋଇଛି ଓ ଚିକିତ୍ସା ବାବଦ ସ‌ହିତ କରୋନା ଠାରୁ କେତେ ଅର୍ଥ ଆଦାୟ ହୋଇଛି ?

ଏହାର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି କରୋନା ମହାମାରୀ ସମୟରେ ଭୁବନେଶ୍ବର ସମ ହସ୍ପିଟାଲ କୁ କରୋନା ଚିକିତ୍ସା ବାବଦରେ ବିଭିନ୍ନ ପାଣ୍ଠିରୁ କୋଟି କୋଟି ଟଙ୍କା ପ୍ରଦାନ କରାଯାଇଛି ।  ସମ ହସ୍ପିଟାଲ କୁ କରୋନା ଚିକିତ୍ସା ବାବଦରେ ଏମସିଏଲ ବୁଲା ସମ୍ବଲପୁର, ସିଏସଆର୍ ପାଣ୍ଠିରୁ ୧୧୩,୭୦,୦୮,୭୫୦ ଟଙ୍କା ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ନିଜସ୍ଵ ପାଣ୍ଡିରୁ  ୬,୯୯,୯୪,୦୦୦ ଏବଂ CMRF/SDRF ପାଣ୍ଠିରୁ ୫,୨୫,୭୯,୦୦୦ ଦିଆଯାଇଥିଲା । ଏହା ସହ କରୋନା ରୋଗୀମାନଙ୍କ ଠାରୁ କୌଣସି ଅର୍ଥ ଆଦାୟ କରାଯାଇନାହିଁ ।

 

Leave a Reply

Your email address will not be published. Required fields are marked *