ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡିଶାକୁ ଆଳୁର ସୁଗମ ଯୋଗାଣ ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି ଆପଣ ଜାଣନ୍ତି, ଆଳୁ ଆମ ଓଡ଼ିଶାର ଲୋକଙ୍କ ପାଇଁ ଏକ ଜରୁରୀ ଜିନିଷ । ବର୍ଷା ହେତୁ ଓଡିଶା ବଜାରରେ ଆଳୁର ଅଭାବ ଦେଖାଦେଇଛି, ଯାହାଫଳରେ ଆଳୁର ପରିମାଣ ବୃଦ୍ଧି ପାଇଛି ଯାହାଫଳରେ ସାଧାରଣ ଲୋକ ଆଳୁ କିଣିବାରେ ଅସମର୍ଥ ହେଉଛନ୍ତି ।

ମୁଁ ଗଣମାଧ୍ୟମରୁ ଯାହା ଦେଖିଲି ଯେ ପଶ୍ଚିମବଙ୍ଗ ଓଡିଶା ସୀମାରେ ୫୦ ରୁ ଅଧିକ ଆଳୁ ଭର୍ତ୍ତି ଟ୍ରକଗୁଡିକର ଲମ୍ବା ଧାଡି ହୋଇ ରହିଛନ୍ତି ।

ଓଡିଶା ଏବଂ ପଶ୍ଚିମବଙ୍ଗର ଲୋକମାନଙ୍କର ସାଂସ୍କୃତିକ ବନ୍ଧନ ରହିଛି ଏବଂ ଆମେ ସମସ୍ତେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ଭକ୍ତ ଅଟୁ । ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ଏବଂ ଓଡ଼ିଶାକୁ ଆଳୁ ଯୋଗାଣ ସୁନିଶ୍ଚିତ କରନ୍ତୁ । ଓଡ଼ିଶାର ଲୋକଙ୍କ ସ୍ୱାର୍ଥରେ ଆପଣଙ୍କ ସମର୍ଥନକୁ ଅପେକ୍ଷା କରିଛି ।

Leave a Reply

Your email address will not be published. Required fields are marked *