ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବୃଦ୍ଧି ପାଉଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି।ଉତ୍ତେଜନା ଏତେ ସାଂଘାତିକ ହେଲାଣୀ ଏଥିରେ ୨୦ରୁ ଅଧିକ ଜଣଙ୍କ ଜୀବନ ଗଲାଣି। ଏହାରି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଇଛନ୍ତି ବିକ୍ଷୋଭକାରୀ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଝଲାନାଥ ଖଲାନଙ୍କ ସ୍ତ୍ରୀକୁ ଜାଳି ମାରିଦେଲେ ବିକ୍ଷୋଭକାରୀ। ସୂଚନା ଯୋଗ୍ୟ; ସେପ୍ଟେମ୍ବର ୪ରେ ଫେସବୁକ୍, ୟୁଟ୍ୟୁବ, ଏକ୍ଦ ଭଳି ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଜାରି କରିଥିଲେ ସରକାର । ଏହାକୁ ପ୍ରତିବାଦ କରିଥିଲେ ଜେନ-ଜି । ପରେ ଉଗ୍ରରୂପ ନେଇଥିଲା ବିକ୍ଷୋଭ । ସଂସଦ ଆଗରେ ମୁହାଁମୁହିଁ ହୋଇଥିଲେ ପୋଲିସ-ଜେନ-ଜି ବିକ୍ଷୋଭାକାରୀ । ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ସାଂଘାତିକ ହିଂସା ପରେ ଗତକାଲି ବିଳମ୍ବିତ ରାତିରେ ସରକାର ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟାଇଛନ୍ତି । Post navigation ଦେଶର ୧୫ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ