ଜଣେ ବିବାଦୀୟ ଡେପୁଟି ରେଞ୍ଜର ବାବୁଙ୍କ ଦୁଧୂଆଳି ରେଞ୍ଜ୍ ନିଶାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କଟକ ବନଖଣ୍ଡ ଅଧୁନସ୍ଥ ଡାଳିଯୋଡ଼ା ରେଞ୍ଜରୁ ବାବୁ ହିମାଂଶୁ ପୃଷ୍ଟିଙ୍କୁ ଦୁଇଦୁଇ ଥର ଅନ୍ୟତ୍ର ବଦଳି କରାଯାଇଥିଲେ ମଧ୍ୟ ବାବୁ ପୂର୍ବବତ୍ ଗାଦି ମାଡ଼ି ବସିଥିବା ଅଭିଯୋଗ ହୋଇଛି । ଏହା ସହ ଗତ ୨୦୨୩ ମସିହାରୁ ଚଳିତ ୨୦୨୪ ମସିହା ମଧ୍ୟରେ ହିମାଂଶୁ ଭୁବନ, ଟମକା, ସୁକିନ୍ଦା ଏବଂ ଡାଳିଯୋଡାରେ ଥିବା ସମୟରେ ମାଫିଆମାନଙ୍କ ସହିଚ ଖୁଲମ୍‌ ଖୁଲା ବସାଉଠାକୁ ନେଇ ଗଦାଗଦା ଅଭିଯୋଗ ସାମ୍ନାକୁ ଆସିଛି ।

ଅନ୍ୟପଟେ ଡାଳିଯୋଡାରେ ଅଧୁନ ଚଣ୍ଡିଖୋଲ ସେକ୍ସନରେ କାଗଜପତ୍ରରେ ବୃକ୍ଷରୋପଣ କରି ଲକ୍ଷଲକ୍ଷ ଟଙ୍କା ହରିଲୁଟ୍ କରିବା ଭଳି ଅଭିଯୋଗକୁ ନେଇ ବିଭାଗରେ ଧରପଗଡ଼ ହୋଇଥିଲା । ସେତେବେଳେ ଏହାର ବିଭାଗୀୟ ତଦନ୍ତ କରାଯାଇ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁଆଡ଼େ ସୁପାରିଶ ହୋଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥୁଲା । ଏହି ପରି ସ୍ଥିତିରେ ହିମାଂଶୁ ଡାଳିଯୋଡା ଛାଡି ଯାଉଛନ୍ତି ନାଁ ପିସିସିଏଫ୍ଙ୍କ ଆଶୀର୍ବାଦ ପାଇ ପୂର୍ବପରି ଗାଦି ମାଢିବାରେ ସକ୍ଷମ ହେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।

ସୂଚନା ମୁତାବକ ; ଗତ ଅଗଷ୍ଟ ମାସ ୨୭ ତାରିଖରେ ଅନୁଗୁଳସ୍ଥିତ ଆର୍‌ସିସିଏଫ୍ ଜାରି କରିଥିବା ଆଦେଶ ଅନୁଯାୟୀ ପ୍ରଥମେ ଡାଳିଯୋଡ଼ା ରେଞ୍ଜରୁ ଆଠମଲ୍ଲିକ ଡିଭିଜନ୍ ଅଧୁନସ୍ଥ ହଣ୍ଡପା ରେଞ୍ଜକୁ ବଦଳି କରାଯାଇଥିଲା । ତାଙ୍କ ବଦଳରେ ହଣ୍ଡପାରେ କାର୍ଯ୍ୟ କରୁଥିବା ଡେପୁଟି ରେଞ୍ଜର ନରେନ୍ଦ୍ର ଗମାଙ୍ଗଙ୍କୁ ଡାଳିଯୋଡ଼ାରେ ଅବସ୍ଥାପିତ ପାଇଁ ଆଦେଶ ରହିଥିଲା। ଫଳରେ ନରେନ୍ଦ୍ରଙ୍କୁ ଗତ ସେପ୍ଟେମ୍ବର ୯ ତାରିଖ ଦିନ ହଣ୍ଡପାରୁ ରିଲିଭ୍ କରି ଦିଆଯାଇ ହିମାଂଶୁ ଦାୟିତ୍ୱ ନେବା ପର୍ଯ୍ୟନ୍ତ ବାମୁର୍ ରେଞ୍ଜ୍ ଅଧୁକାରୀଙ୍କୁ ହଣ୍ଡପାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କିନ୍ତୁ ଡାଳିଯୋଡା ଛାଡିବାକୁ ନାରାଜ ଥିବା କରିତ୍ କର୍ମା ହିମାଂଶୁ ଦିନ କେଇଟାରେ ନିଜ ବଦଳି ଆଦେଶକୁ ବାତିଲ୍‌ କରି ପୂର୍ବପରି ଡାଳିଯୋଡାରେ ରହିଥିଲେ।

ଏହାପରେ ଗତ ସେପ୍ଟେମ୍ବର ୧୦ ତାରିଖରେ ହିମାଂଶୁଙ୍କୁ ପୁର୍ନବାର ଡାଳିଯୋଡାରୁ ଅନୁଗୁଳ ସିଏଫ୍ ଆଣ୍ଡ ଡବ୍ଲ୍ୟୁପିଓଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା । ତାଙ୍କ ସ୍ଥାନରେ ଢେଙ୍କାନାଳ ଡିଭିଜନରେ ଅବସ୍ଥାପିତ ଥିବା ଅଦ୍ଵୈତ ପ୍ରଧାନଙ୍କୁ ଡାଳିଯୋଡାକୁ ପଠାଯାଇଥିଲା। ସେପ୍ଟେମ୍ବର ୧୨ ତାରିଖ ଦିନ ଅଦ୍ବୈତଙ୍କୁ ଢେଙ୍କାନାଳରୁ ରିଲିଭ୍ କରି ଦିଆଯିବା ପରେ ହିମାଂଶୁଙ୍କୁ ଡାଳିଯୋଡାରୁ ମଧ୍ୟ ରିଲିଭ୍ କରି ଦିଆଯାଇଥିଲା । ରିଲିଭ୍ ହୋଇଯିବା ପରେ ସୁଦ୍ଧା ହିମାଂଶୁ ଦୀର୍ଘଦିନ ଧରି ନିଜ ରିଲିଭର ଅଦ୍ୱୈଚଙ୍କୁ ଦାୟିତ୍ଵ ହସ୍ତାନ୍ତର କରିନଥିଲେ। ଫଳରେ ଏନେଇ ଉଚ୍ଚ ମହଲରେ ଅଭିଯୋଗ ହେବା ପରେ ଗତ ୧ ତାରିଖ ଦିନ ଅନିଚ୍ଛାକୃଚ ଭାବେ ଶେଷରେ ଦାୟିତ୍ୱ ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିଲେ।

କିନ୍ତୁ ଏତି ମଧ୍ୟରେ ଦୀର୍ଘ ଦୁଇ ସପ୍ତାହ ବିତିବାକୁ ବସିଥିବାବେଳେ ହିମାଂଶୁ ନାଁ ବଦଳି ହୋଇଥିବା ସ୍ଥାନରେ ଜଏନ୍ କରୁଛନ୍ତି ନାଁ ଡାଳିଯୋଡା ଛାଡି ସୁକିନ୍ଦା ରେଞ୍ଜର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏନେଇ ବିବାଦ ଉଠିବାରୁ ତାଙ୍କୁ ତୁରନ୍ତ ଦାୟିତ୍ୱମୁକ୍ତ କରାଯାଇ ପୂର୍ବପରି ଡାଳିଯୋଡାକୁ ପଠାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *