ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ ହାତୀ ଉପଦ୍ରବ । ୪ ଛୁଆଙ୍କ ସହ ମାଆ ଶୋଇଥିଲା ବେଳେ ଘର ଭାଙ୍ଗିଲା ହାତୀ। କାନ୍ଥ ତଳେ ଚାପି ହୋଇ ଗର୍ଭବତୀ ମାଆ ସହିତ ଆଠ ବର୍ଷ ପୁଅର ମୃତ୍ୟୁ ହୋଇଛି। ଆଉ ୩ ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି l ମୃତକ ହେଲେ ମାଆ ସୁକାନ୍ତି ଭତ୍ତା ଓ ୮ ବର୍ଷର ପୁଅ ସୁଖନାଥ ଭତ୍ତା। ମୃତ ସୁକାନ୍ତି ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *