ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର । ୨୦୨୬-୨୭ ଆଥିର୍କ ବର୍ଷରେ ବଢ଼ିବ ନାହିଁ ଦର । ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ । ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ବଢୁଥିବା ଖର୍ଚ୍ଚ ଓ ମହଙ୍ଗାଇ ମଧ୍ୟରେ ଏହା ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି ମନାଯାଉଛି। ପୂର୍ବରୁ ୨୦୨୩-୨୪ରେ ୧୦ ପଇସା ଦର କମାଯାଇଥିଲା

ନୂଆ ନିୟମରେ ୧୫ଟି ଉପଭୋକ୍ତାଙ୍କୁ ଅତିରିକ୍ତ ସୁବିଧା ମଧ୍ୟ ଦିଆଯାଇଛି । ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଲ୍ ରେ କୌଣସି ବୃଦ୍ଧି କରାଯାଇ ନାହିଁ । ଏହା ସହ ଟ୍ରାନ୍ସମିସନ୍ ଚାର୍ଜ ହ୍ରାସ ହୋଇଛି । OPTCL ଚାର୍ଜ ୟୁନିଟ୍ ପିଛା ୨୫.୫ ପଇସାରୁ ୨୪ ପଇସାକୁ କମିଛି ।  ଡିଜିଟାଲ ପେମେଣ୍ଟ କଲେ ମିଳିବ ୪% ରିହାତି । ଏହା ସହ ସୋଲାର ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ୧୦% ଛୁଟ ହୋଇଛି । ଯେଉଁମାନେ କାଗଜ ବିଲ୍ ବଦଳରେ ଇଲେକ୍ଟ୍ରୋନିକ୍ ବିଲ୍ ଗ୍ରହଣ କରିବେ, ସେମାନଙ୍କୁ ୧୦ ଟଙ୍କା ଛାଡ଼ ମିଳିବ ।

ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଲୋକଟି ଅଧିକ ଉପକୃତ ହେବ। ଏହି ନିଷ୍ପତ୍ତି ଫଳରେ ସାଧାରଣ ଘରୋଇ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ନାହିଁ।

 

Leave a Reply

Your email address will not be published. Required fields are marked *