ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେଲା ତାରିଖ । ନିର୍ବାଚନ ଆୟୋଗ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଜାମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ଜାମ୍ମୁ କାଶ୍ମୀରରେ ୨୦୧୪ରେ ନିର୍ବାଚନ ହୋଇଥିଲା । ଚାଳିତବର୍ଷ ଜମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ଓ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ୧୧ ହଜାର ୮୩୮ ପୋଲିସ ବୁଥର ବ୍ୟବସ୍ଥା ରହିଥିବା ବେଳେ ୩୬୦ ମଡେଲ ପୁଲିଂ ବୁଥର ବ୍ୟବସ୍ଥା ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ହରିଆଣା ଓ ଜାମ୍ମୁ-କାଶ୍ମୀରର ସ୍ଥିତି ଦେଖିବାକୁ ଏକ ଟିମ୍ ଯାଇଥିଲା । ସେମାନଙ୍କ ତଥ୍ୟ ଅନୁସାରେ ଆମେ ନିର୍ବାଚନ କରିବା ପାଇ ନିଷ୍ପତି ନେଇଛୁ ।

ଅକ୍ଟୋବର ୧ରେ ହରିୟାଣାରେ ୯୦ ସିଟ ପାଇଁ ନର୍ବାଚନ ହେବ । ଏଥିରୁ ୭୩ଟି ଜେନେରାଲ୍ ଥୂବା ବେଳେ ୧୭ଟି ଅନୁସୂଚିତ (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି । ହରିୟାଣାରେ ମୋଟ ମତଦାତାଙ୍କ ସଂଖ୍ୟା ୨.୦୧ କୋଟି ଏଥୂରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୧.୦୬ କୋଟି, ମହିଳା ମତଦାତାଙ୍କ ସଂଖ୍ୟା ୯୫ ଲକ୍ଷ ରହିଛି । ଅକ୍ଟୋବର ୪ ତାରିଖରେ ଫଳାଫଳ ଘୋଷଣା ହେବ ।

ସେହିପରି ୩ଟି ପର୍ଯ୍ୟାୟରେ ଜମ୍ମୁ-କାଶ୍ମୀର ଭୋଟ୍‌ ଗ୍ରହଣ ହେବ। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ ରେ ତୃତୀୟ ପର୍ଯ୍ୟାୟ ଭୋଟିଂ ହେବ । ଅକ୍ଟୋବର ୪ ତାରିଖରେ ଫଳାଫଳ ଘୋଷଣା ହେବ । ଜମ୍ମୁ-କାଶ୍ମୀର ୯୦ ବିଧାନସଭା ଆସନ ପାଇଁ ମତଦାନ ହେବ । ଏଥିରୁ ୧୬ଟି (ଏସଟି-୯, ଏସସି-୭) ସଂରକ୍ଷିତ ଆସନ ରହିଛି । ରାଜୀବ କୁମାର କହିଛନ୍ତି, ‘ଜାମ୍ମୁ କାଶ୍ମୀରରେ ମୋଟ ଭୋଟ ରାଟରଙ୍କ ସଂଖ୍ୟା ୮୭.୦୯ ଲକ୍ଷ ରହିଛି । ଏଥିରୁ ୪୪.୪୬ ଲକ୍ଷ ପୁରୁଷ ଏବଂ ୪୩.୬୨ ଲକ୍ଷ ମହିଳା ମତଦାତା ଅଛନ୍ତି । ଜାମ୍ମୁ କାଶ୍ମୀରରେ ଯୁବ ଭୋଟରଙ୍କ ସଂଖ୍ୟା ୨୦ ଲକ୍ଷ ରହିଛି ।

Leave a Reply

Your email address will not be published. Required fields are marked *