ରାସ୍ତାରେ ଘୁଷୁଡି ଘୁଷୁଡ଼ି ଭତ୍ତା ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ୮୦ ବର୍ଷୀୟ ବୃଦ୍ଧ ଯିବା ଖବର ପ୍ରସାରଣ ପରେ ହସ୍ତକ୍ଷେପ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା କୋର ଗାଁରେ ପହଁଚିଛି ପ୍ରଶାସନ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶିନୀ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ ଓ ବିଏସସିଓ ସୁଦୀପ୍ତା ମହାପାତ୍ର ପ୍ରମୁଖ ପହଞ୍ଚି ସ୍ଥିତି ପରଖିଛନ୍ତି । ଶ୍ରୀଧରଙ୍କ ସମ୍ପର୍କରେ ସଚିବ ଭିଡିଓ କନଫରେନ୍ସିଂ ଜରିଆରରେ ଉଚ୍ଚନ୍ୟାୟାଳୟଙ୍କୁ ଅବଗତ କରିଥିଲେ । ଭଙ୍ଗା ଘରେ ରହୁଥିବା ଶ୍ରୀଧରଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ, ଆବାସ ଯୋଜନାରେ ପକ୍କା ଘର ଏବଂ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ତାଙ୍କୁ ଖୁବ ଶୀଘ୍ର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ବିଡ଼ିଓ ଓ ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି । ସୂଚନା ଯୋଗ୍ୟ; ରାସ୍ତାରେ ଘୁଷୁଡି ଘୁଷୁଡ଼ି ଭତ୍ତା ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ ୮୦ ବର୍ଷୀୟ ବୃଦ୍ଧ । ପୂର୍ବରୁ ଶ୍ରୀଧରଙ୍କ ଝିଅ ପଞ୍ଚାୟତକୁ ଯାଇ ଭତ୍ତା ଟଙ୍କା ଆଣୁଥିଲେ । ହେଲେ ଚଳିତ ମାସରେ ପଞ୍ଚାୟତ ଅଧିକାରୀ ଝିଅକୁ ଭତ୍ତା ଦେବାକୁ ମନା କରିଦେଇଥିଲେ । ଯାହାଫଳରେ ବାଧ୍ୟ ହୋଇ କଂକ୍ରିଟ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ଭତ୍ତା ପାଇଁ ଯାଇଥିଲେ ୮୦ ବର୍ଷୀୟ ଶ୍ରୀଧର । ଏହି ଘଟଣା ଖବର ପ୍ରସାରଣ ପରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜେ ତାଙ୍କ ପାଖକୁ ଯାଇ ଅଧା ରାସ୍ତାରେ ଭତ୍ତା ଟଙ୍କା ଦେଇଥିଲେ । ଏହାପରେ ଆଜି ହସ୍ତକ୍ଷେପ କରୁଛନ୍ତି ହାଇକୋର୍ଟ । Post navigation ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ