ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ୍ ଯୋଗ କରିଛନ୍ତି। ଏହି ଯୋଗାଭ୍ୟାସ ବିଭିନ୍ନ ସ୍କୁଲ, କଲେଜ, କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର, ଦିଲ୍ଲୀର ଲାଲ କିଲା, ସାବରମତୀ ନଦୀ ସମ୍ମୁଖ, ଗେଟୱେ ଅଫ ଇଣ୍ଡିଆ ଓ ଭିକ୍ଟୋରିଆ ମେମୋରିଆଲ ଭଳି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା।ଦିଲ୍ଲୀ କ୍ୟାଣ୍ଟସ୍ଥିତ କ୍ୟାରିଆପ୍ପା ପ୍ୟାରେଡ଼ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ସେ।ନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଯିଏ ଏବେ ସେନାର ଉପମୁଖ୍ୟ ଅଛନ୍ତି।

କ୍ୟାଡେଟମାନଙ୍କୁ ସମ୍ବୋଧିତ କରି ଏନସିସି ଡିଜି ଯୋଗର ଉପକାରିତା ବିଷୟରେ କହିବା ସହ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଏହି ଅଭ୍ୟାସକୁ ଦୈନନ୍ଦିନ କାର୍ଯ୍ୟରେ ସାମିଲ କରିବାକୁ କହିଥିଲେ। ସେ ଆହୁରି କହିଥିଲେ ଏହା ଶରୀର ଏବଂ ମନର ସମନ୍ୱୟକୁ ସୁନିଶ୍ଚିତ କରେ, ଯାହା ଯୁବବର୍ଗଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ।

Leave a Reply

Your email address will not be published. Required fields are marked *