ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀଙ୍କୁ ଇଡିର ସମନ । ମନି ଲଣ୍ଡରିଂ ମାମଲାରେ ଟିନାଙ୍କୁ ଇଡିର ଆଉ ଏକ ସମନ । ପୂର୍ବରୁ ସମନ ସତ୍ତ୍ବେ କାଲି ଇଡିରେ ହାଜର ହୋଇନଥିଲେ ଟିନା । ଏହା ପରେ ପୁଣି ଏକ ସମନ ଜାରି କରି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନ୍ୟୁୟର୍କର ମାନହାଟନରେ ଏକ ବିଳାସପୂର୍ଣ୍ଣ କଣ୍ଡୋମିନିୟମ୍ ବା ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିବା ସହିତ ଜଡିତ ଟଙ୍କା କାରବାର ବିଷୟରେ ପଚରାଉଚରା ପାଇଁ ତାଙ୍କୁ ସମନ କରାଯାଇଥିଲା ଜଣାପଡିଛି । ଇଡି ଏହି ମାମଲାରେ ପୂର୍ବତନ ରିଲାଏନ୍ସ କମ୍ୟୁନିକେସନ୍ସ ସଭାପତି ପୁନିତ ଗର୍ଗଙ୍କୁ ଗିରଫ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଧୀରୁଭାଇ ଅମ୍ବାନୀ ଗ୍ରୁପ୍ (ADAG) ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ଜଡିତ ୪୦ ହଜାର କୋଟି ଟଙ୍କାର ବ୍ୟାଙ୍କିଂ ଏବଂ କର୍ପୋରେଟ୍ ଠକେଇର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛି। ଏଠାରେ ଉଲ୍ଲେଖ ଯୋଗ୍ୟ, ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ (RCFL) ଦ୍ୱାରା ସାଧାରଣ ପାଣ୍ଠିର ଅନ୍ୟତ୍ର ସ୍ଥାନାନ୍ତର ଏବଂ କଳାଧନକୁ ଧଳା କରିବା ଅଭିଯୋଗରେ ଇଡି ଅନୀଲ ଅମ୍ବାନୀଙ୍କର ୯୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇସାରିଲାଣି । ସେହିପରି ଗତ ଡିସେମ୍ବର ମାସରେ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ସିବିଆଇ ଏକ ଠକେଇ ମାମଲା ରୁଜୁ କରିଥିଲା । ଜୟ ଅନମୋଲଙ୍କ ବିରୋଧରେ ୨୨୮ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି। ଜୟ ଅନମୋଲ ଏବଂ ତାଙ୍କ କମ୍ପାନୀ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ବ୍ୟାଙ୍କକୁ ୨୨୮ କୋଟି ଟଙ୍କାର କ୍ଷତି ହୋଇଛି । ଏନେଇ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସିବିଆଇରେ ଅଭିଯୋଗ କରିଥିଲା Post navigation Odisha CM Launches 250 New Ambulances: ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ India 114 Rafale deal: ଆଉ ୧୧୪ ରାଫେଲ୍ କିଣିବ ଭାରତ !